ବାଲେଶ୍ୱର : ହୁତୁହୁତୁ ହୋଇ ଜଳିଲା ଘର। ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର। ବାଲେଶ୍ବର ସୁଏଲପୁର ଅଞ୍ଚଳରେ ପ୍ରମିଳା ବାରିକଙ୍କ ଘରେ ଘଟିଛି ଏହି ଅଗ୍ନିକାଣ୍ଡ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ କରିଥିଲା ତଦନ୍ତରୁ ଏହା ଜଣାପଡିଥିଲା ଯେ କିଛି ଅନ୍ଧାରର ସୁଯୋଗ ନେଇ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବାଲେଶ୍ବର ସୁଏଲପୁର ଅଞ୍ଚଳରେ ପ୍ରମିଳା ବାରିକ ନିଜ ପରିବାର ସହିତ ବାହାରକୁ କୌଣସି କାମ ପାଇଁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଯାହାଫଳରେ କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ବାଲେଶ୍ୱର ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା। ତେବେ କିଏ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟାଇଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହାସହିତ ନିକଟରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରୁଛି।