ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଡ୍ୟାମ ଗେଟ୍ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି। ସତର୍କ ସୂଚନା ଜାରି କଲେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ପ୍ରଥମ ପର୍ଯ୍ୟାୟରେ ୪ରୁ ଅଧିକ ଗେଟ ଖୋଲା ଯାଇପାରେ । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିପାଇଁ ମହାନଦୀ ଭିତରକୁ ନ ଯିବାକୁ ସତର୍କ ସୂଚନା ମଧ୍ୟ ଜାରିକରିଛନ୍ତି ବନ୍ଧ କର୍ତ୍ତୃପକ୍ଷ ।
ସେପଟେ ଗତ କିଛି ଦିନ ହେବ ରାଜ୍ୟର ବର୍ଷା ଲାଗି ରହିଛି । ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।
ଅଧିକ ପଢନ୍ତୁ: ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର କାନରେ ଲାଗିବ ଟ୍ୟାଗ୍, ଏଣିକି ସବୁ ତଥ୍ୟ ରଖିବ ବିଏମ୍ସି