ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ରବି ଧାନ ସଂଗ୍ରହ କାର୍ଯ୍ୟ ସମ୍ବଲପୁର ଜିଲ୍ଲାରେ ଆଜିଠାରୁ ରବି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ସମ୍ବଲପୁର ବରେଇପାଲି ଆରଏମସି ଠାରେ ବିଧିବଦ୍ଧ ଭାବରେ ଏହି କାଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ, ଚାଷୀ ସଂଗଠନର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଆଜି ସମ୍ବଲପୁର ଜିଲ୍ଲା ରେ ରବି ଧାନସଂଗ୍ରହର ପ୍ରଥମ ଦିନ । ସହରର ବରେଇପାଲି ଆରଏମସି ଠାରେ ଧାନ କିଣା ପାଇଁ ଆନୁଷ୍ଠାନିକ ଭାବରେ ପୂଜାର୍ଚ୍ଚନା ପରେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଧାନସଂଗ୍ରହ ପୁର୍ବରୁ ଚାଷୀ ସଂଗଠନ ଓ ଯୋଗାଣ ବିଭାଗର ଅଧିକାରୀ ଙ୍କୁ ନେଇ ଆରଏମସି ଠାରେ ସୁରୁଖୁରୁରେ ଧାନସଂଗ୍ରହ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ଚାଷୀ ସଂଗଠନ କହିଛନ୍ତି ଯେ ପ୍ରତିବର୍ଷ ପରି ଧାନସଂଗ୍ରହ ସମୟରେ ଦେଖାଯାଉଥିବା କଟନି ଛଟନି ସମସ୍ୟା ର ସମାଧାନ ସହ ଚାଷୀ ଙ୍କ ବିଭିନ୍ନ ଦାବି ମଧ୍ୟ ପୂରଣ କରାଯାଉ। ଏଥିସହ ଜିଲ୍ଲା ଧାନ ସଂଗ୍ରହ କମିଟିର କ୍ଷମତା କୁ ସଙ୍କୁଚିତ କରାନଯାଉ । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ଚଳିତ ବର୍ଷ ସୁରୁଖୁରୁରେ ରବି ଧାନସଂଗ୍ରହ ପାଇଁ 55 ଗୋଟି ଧାନମଣ୍ଡି ଖୋଲାଯାଇଛି । ବତ୍ତମାନ ପ୍ରଚଣ୍ତ ଗ୍ରୀଷ୍ମପ୍ରବାହ ପାଇଁ ଧାନସଂଗ୍ରହ କାର୍ଯ୍ୟରେ ଚାଷୀ ଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତ ଧାନମଣ୍ଡି ରେ ଧାନସଂଗ୍ରହ କାର୍ଯ୍ୟ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି । ଏଥିସହିତ ଯେପରି ଚାଷୀ ଙ୍କ ଟୋକନ ସମସ୍ୟା ନହେବ ସେଥିପାଇଁ ପଦକ୍ଷେପ ନିଆଯାଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ।
ଅଧିକା ପଢନ୍ତୁ:ସମ୍ବଲପୁରରେ ଭଗବାନ ପର୍ଶୁରାମ ଙ୍କ ଜନ୍ମୋତ୍ସବ