ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଦଣ୍ଡ,୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ବ୍ରହ୍ମପୁର , ଅଗଷ୍ଟ 12(ଖବର ଓଡ଼ିଶା): Share story: ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଦଣ୍ଡ । ବୌଦ୍ଧରେ ନାରାୟଣ ମଲ୍ଲିକ ଜଣେ କର୍ମଚାରୀଙ୍କ ଅନ୍ ୟୁଟିଲାଇଜିଡ୍ ସାଲାରୀ ବିଲ୍ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ । ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନର ସବ୍ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମନା ଅନାଦେୟ ଅଧିକା ୩ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ । ଖବର ଓଡ଼ିଶା, Reporter, 12/08/2022