ଭୁବନେଶ୍ୱର : ଆଜି ରାଜରାସ୍ତାରେ ଗର୍ଜିଲେ ଡ୍ରାଇଭର ମହାସଂଘ। ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଓଡ଼ିଶାର ୫ ଲକ୍ଷ ଡ୍ରାଇଭର। ତେବେ ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିଛନ୍ତି ଅଲ ଓଡ଼ିଶା ଡ୍ରାଇଭର ଆସୋସିଏସନ୍। ତେବେ ଡ୍ରାଇଭରଙ୍କ ଆନ୍ଦୋଳନ କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯାତ୍ରାମାନେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେବେ ସେମାନଙ୍କ ଦାବି ଏହା ରହିଛି ଯେ, ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା,ଓଡ଼ିଶାର ଖଣି ଖାଦାନରେ ଓଡ଼ିଶାର ୭୦ ପ୍ରତିଶତ ଚାଳକଙ୍କୁ କାମ କରିବାକୁ ସୁଯୋଗ ମିଳୁ। ଏହି ପରି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରିବେ ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭରମାନେ। ତେବେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସେମାନଙ୍କ ଦାବି ପୂରା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେବେ ବସ ଉପରେ ନିର୍ଭର ହୋଇ ରହୁଥିଲା ଯାତ୍ରୀ ସମସ୍ୟା ଭୋଗୁଛନ୍ତି। ଗାଡ଼ି ଚଳାଚଳ ବନ୍ଦ କାରଣରୁ ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି। ଏପରିକି କାମ ପାଇଁ ଦୂରକୁ ଯାତ୍ରା କରୁଥିବା ଶ୍ରମିକମାନେ ବି ସମସ୍ୟାର ସମ୍ମୁଖିନ ହୋଇଛନ୍ତି।ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।