ଆଜି ହେଉଛି ରବିବାର । ରବିବାର ଦିନ ରବି ବା ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ । ସପ୍ତାହକ ସାତ ଦିନ ଆମେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥାଉ । ଏହିଦିନ ସୂର୍ଯ୍ୟଦେବଙ୍କୁ ପୂଜିବା ଦ୍ୱାରା ଜୀବନରେ ଯଶ, ବୈଭବ, ମାନ-ସମ୍ମାନ ଆଦି ଲାଭ ହୋଇଥାଏ । ହିନ୍ଦୁ ଧର୍ମରେ ରବିବାରର ବିଶେଷ ମହତ୍ୱ ରହିଛି । ରବିବାର ସୂର୍ଯ୍ୟ ଦେବଙ୍କୁ ଉପାସନା କରିବା ଦ୍ୱାରା ବ୍ୟକ୍ତି ତେଜସ୍ୱୀ ହୋଇଥାନ୍ତି । ରବିବାର ସୂର୍ଯ୍ୟଦେବଙ୍କ ବ୍ରତ କରିବା ଦ୍ୱାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ ହୋଇଥାଏ, ଚାକିରୀ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ । ସୂର୍ଯ୍ୟଦେବ ପ୍ରସନ୍ନ ହେବା ଦ୍ୱାରା ସମସ୍ତ ଅଶୁଭ ଫଳ ମଧ୍ୟ ଶୁଭ ଫଳରେ ପରିଣତ ହୋଇଥାଏ । ସେଥିପାଇଁ ରବିବାର ସୂର୍ଯ୍ୟନମସ୍କାର କରିବା ଉଚିତ୍ । ଏହାଦ୍ୱାରା ବୁଦ୍ଧି, ବିଦ୍ୟା, ବୈଭବ, ପରାକ୍ରମ ଆଦି ପ୍ରାପ୍ତ ହୋଇଥାଏ । ଏହି ଦିନରେ ମଦ-ମାଂସ ଆଦି ସେବନ କରିବା ଉଚିତ୍ ନୁହେଁ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରବିବାର ଉପବାସ କରିବା ଉଚିତ୍ । ପିଲାମାନଙ୍କର ରବି ଦୋଷ ଖଣ୍ଡନ କରିବା ପାଇଁ ମା ମାନେ ସୂର୍ଯ୍ୟଦେବଙ୍କ ପୂଜା କରିଥାନ୍ତି । ୧୨ଶ ଶତକରେ ଲାଙ୍ଗୁଳା ନରସିଂହଦେବଙ୍କଦ୍ୱାରା ଓଡ଼ିଶାରେ ସୂର୍ଯ୍ୟଦେବଙ୍କ ମନ୍ଦିର କୋଣାର୍କର ମୈତ୍ରେୟ ବନରେ ନିର୍ମିତ ହୋଇଥିଲା । ଏହିଠାରେ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ବ୍ୟାଧି ମୁକ୍ତ ହୋଇଥିଲେ । ଏହି ମନ୍ଦିର ସୂର୍ଯ୍ୟଙ୍କ ରଥ ସଦୃଶ । ଓଡ଼ିଶାର ବୁଗୁଡ଼ା, ଭଦ୍ରକ ସହ କାଶ୍ମୀରର ମାର୍ତ୍ତଣ୍ଡ ମନ୍ଦିର, ଗୁଜରାଟ, ଉତ୍ତର ପ୍ରଦେଶରେ ସୂର୍ଯ୍ୟଙ୍କ ମନ୍ଦିର ଅଛି । ବୁଦ୍ଧଗୟା, ସାରନାଥ, ଏଲୋରା, ମାନ୍ଦାସୋର, ଇନ୍ଦୋର ପ୍ରଭୃତି ସ୍ଥାନରେ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଜାତକରେ ସୂର୍ଯ୍ୟଙ୍କ ଦଶା କେବଳ ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ସୁଖ-ଶାନ୍ତି ଉପରେ ପ୍ରଭାବ ପକାଇନଥାଏ, ବରଂ ଏହା ଧନୀହାନି ମଧ୍ୟ କରି ଦେଇ ଥାଏ । ଯଦି ଗ୍ରହ ରାଜା ସୂର୍ଯ୍ୟ ମଜବୁତ୍ ଅବସ୍ଥାରେ ରୁହନ୍ତି, ତେବେ ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ ।
ଆସନ୍ତୁ ଜାଣନ୍ତୁ ରବିବାର ଦିନ କେଉଁ ସାତୋଟି କାମ କରିବା ଉଚିତ ନୁହେଁ -
୧ - ରବିବାର ଦିନ ପଶ୍ଚିମ ଦିଗରେ ଯାତ୍ରା କରନ୍ତୁ ନାହିଁ । ଯଦି ଏହି ଦିଗରେ ଯାତ୍ରା କରିବା ଆବଶ୍ୟକ ହୁଏ, ତେବେ ରବିବାର ଦିନ ଡାଲିଆ, ଘିଅ କିମ୍ବା ପାନ ଖାଇ କିମ୍ବା ପଛକୁ ପାଞ୍ଚ ହାତ ଚାଲିବା ପରେ ଏହି ଦିଗକୁ ଯାଆନ୍ତୁ, କାରଣ ଏହି ଦିନ, ବିଶେଷ କରି ପଶ୍ଚିମ ଦିଗରେ, ଦିଗ ଶୂନ୍ୟ ଅଟେ।
୨ - ରବିବାର ଦିନ, ତମ୍ବା ଦ୍ରବ୍ୟ ବିକ୍ରୟରୁ ନିବୃତ୍ତ ହୁଅନ୍ତୁ । ତମ୍ବା ବ୍ୟତୀତ ସୂର୍ଯ୍ୟ ସହିତ ଜଡିତ ଅନ୍ୟ ଧାତୁ କିମ୍ବା ବସ୍ତୁ ବିକ୍ରୟ କରନ୍ତୁ ନାହିଁ।
୩ - ନୀଳ, କଳା, ବାଦାମୀ ଏବଂ ଧୂସର ରଙ୍ଗର ପୋଷାକ ଏହି ଦିନ ପିନ୍ଧିବା ଉଚିତ୍ ନୁହେଁ । କଳା କିମ୍ବା ନୀଳ ପରି ଦେଖାଯାଉଥିବା ପୋଷାକ ମଧ୍ୟ ପିନ୍ଧନ୍ତୁ ନାହିଁ ।
୪ - ରବିବାର ଦିନ ଲୁଣ ଖାଇବା ଉଚିତ୍ ନୁହେଁ । ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ବିଶେଷ କରି ସୂର୍ଯ୍ୟାସ୍ତ ପରେ ଲୁଣ ଖାଇବା ଉଚିତ୍ ନୁହେଁ ।
୫ - ରବିବାର ଦିନ ମାଂସ ଏବଂ ମଦ୍ୟପାନ ମଧ୍ୟ କରନ୍ତୁ ନାହିଁ । ଏହି ଦିନ ଶନି ସହିତ ଜଡିତ ପଦାର୍ଥ ଖାଇବା ଉଚିତ୍ ନୁହେଁ ।
୬ - ଲୋକମାନେ ସାଧାରଣତଃ ରବିବାର ଦିନ କେଶ କାଟନ୍ତି, କିନ୍ତୁ ବିଶ୍ୱାସ କରାଯାଏ ଯେ ଏହି ଦିନ କେଶ କାଟିବା ଦ୍ୱାରା ଶରୀର ଶକ୍ତି ଦୁର୍ବଳ ହୋଇଥାଏ।
୭ - ଏହି ଦିନ ତେଲ ମାଲିସ୍ କରନ୍ତୁ ନାହିଁ କାରଣ ଏହି ଦିନଟି ସୂର୍ଯ୍ୟଙ୍କର ହୋଇଥିବା ବେଳେ ତେଲ ଶନି ଦେବତାଙ୍କର ଅଟେ ।
ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ସ୍ନାନ କରିସାରିବା ପରେ ପାଣି ଅର୍ପଣ କଲେ । ସୂର୍ଯ୍ୟ ଦେବଙ୍କ କୃପା ଦୃଷ୍ଟି ମିଳିଥାଏ । ଏହି ଦିନରେ ସୂର୍ଯ୍ୟ ଦେବଙ୍କ ନାମକୁ ସ୍ମରଣ କଲେ ଶୁଭଫଳ ମଧ୍ୟ ମିଳିଥାଏ ।
ଆଗକୁ ପଢ଼ନ୍ତୁ : ଆଜିଠୁ ସମସ୍ତ ଶକ୍ତିପୀଠରେ ଷୋଳ ପୂଜାନୀତି ଆରମ୍ଭ