ସ୍ୱାମୀ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା ସ୍ୱାମୀ , ସ୍ତ୍ରୀଙ୍କ ମୃତଦେହ। ତେବେ ଅମାନୁଷିକ ଘଟଣା ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଡାବରାଗୁଡା ପଞ୍ଚାୟତ ର ଟୁଙ୍ଗୁରୁ ଗ୍ରାମରେ ଘଟିଛି। ହତ୍ୟା ର ଶିକାର ହୋଇଥିବା ଦୁଇ ଜଣ ସମ୍ପର୍କରେ ସ୍ୱାମୀ ଓ ସ୍ତ୍ରୀ ହୋଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀର ନାମ ଚୈତନ୍ୟ ମଣ୍ଡଳ ଓ ଉର୍ଜନୀ ମଣ୍ଡଳ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଚୈତନ୍ୟ ମଣ୍ଡଳ ଓ ଉର୍ଜନୀ ମଣ୍ଡଳ ଦୁହେଁ ଟୁଙ୍ଗୁରୁ ଗ୍ରାମର ପାହାଡ ଉପରେ କୁଡିଆ କରି ରହୁଥିଲେ। ଆଜି ସକାଳ ୭ଟାରେ ପୁଅ ଇସମାଇଲ ବାପା ମାଆକୁ ଦେଖିବାକୁ ଯାଇଥିବା ବେଳେ ଦୁଇଜଣଙ୍କୁ ପାହାଡ ଉପରେ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିଥିଲେ। ଏହାପରେ ତୁରନ୍ତ ଆର ଉଦୟଗିରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ତେବେ ବିଳମ୍ବିତ ରାତିରେ ତାଙ୍କ ଦୁହିଁଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ ଇସମାଇଲ ମଣ୍ଡଳ।