ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବିଜେପି କାଲି ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁରରୁ ଦଳ ଅମରେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲିକୁଦା -ଏରସମା ରୁ ସତ୍ୟ ସାରଥି ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।
ଟିକେଟ ଘୋଷଣା ପରେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସତ୍ୟ ସାରଥି ରାଜନୀତି ରେ ନୂଆ ମୁହଁ ହୋଇଥିବା ବେଳେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଥିବା ଅମରେନ୍ଦ୍ର ଦାସ ଛାତ୍ର ରାଜନୀତିରୁ ସକ୍ରିୟ ରହି ଆସିଛନ୍ତି । ସେ ଗତ ସପ୍ତାହେ ହେଲା ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି । ଉଭୟ ପ୍ରାର୍ଥୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ଦେଖିବା ସହ ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କୁ ପାଥେୟ କରି ଭୋଟର ମାନଙ୍କ ନିକଟ କୁ ଯିବେ ବୋଲି କହିଛନ୍ତି ।