ଭୁବନେଶ୍ୱର : ବିଏମସି ଅଫିସ ଘେରାଉ ଉଦ୍ୟମ କଲେ ୨୯ ନଂ ୱାର୍ଡର ବାସିନ୍ଦା। ୪୪ ନଂ ୱାର୍ଡର ବିଜେଡ଼ି କର୍ପୋରେଟର୍ଙ୍କୁ ଗିରଫ ଦାବି ନେଇ ଅଫିସ୍ ସମ୍ମୁଖରେ ଶତାଧିକ ଲୋକଙ୍କ ପ୍ରତିବାଦ। ମେୟର ସୁଲୋଚନା ଦାସ ଦଳକୁ ନେଇ ଅଫିସ ରେ ପକ୍ଷପାତିତା କରୁଛନ୍ତି ବୋଲି ୱାର୍ଡର ବାସିନ୍ଦା କହିଛନ୍ତି। ଏଥି ସହିତ ମେୟରଙ୍କ ଇସ୍ତଫା ମଧ୍ଯ ଦାବି କରିଛନ୍ତି।
ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ବିଏମସି ଅଫିସ୍ ରେ ହୋଇଥିବା ମାଡ ଘଟଣାରେ କର୍ପୋରେଟର୍ ଜୀବନ ରାଉତଙ୍କ ଦୋଷ ନଥାଇ ଦୋଷୀ ସଜାଇ କାହିଁକି ଜେଲ ପଠାଗଲା ବୋଲି ୱାର୍ଡ ବାସିନ୍ଦା କହିଛନ୍ତି। ତେଣୁ ଏହି ଘଟଣାରେ ମେୟର ସୁଲୋଚନା ଦାସ ୱାର୍ଡ ବାସିନ୍ଦାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହୋଇଛି। ମେୟର ୪୪ ନଂ ୱାର୍ଡର ବିଜେଡ଼ି କର୍ପୋରେଟର୍ଙ୍କୁ ପୂର୍ବରୁ କୌଣସି ଏକ ଅପରାଧୀକ ମାମଲାରେ ଘଣ୍ଟ ଘୋଡାଇଛନ୍ତି ବୋଲି ଅଭିଯୋଗ ମଧ୍ଯ କରିଛନ୍ତି।
ତେବେ ଯେପର୍ଯ୍ୟନ୍ତ ମେୟର କ୍ଷମା ପ୍ରାର୍ଥନା କରିନାହାଁନ୍ତି ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ୱାର୍ଡର ବାସିନ୍ଦା ଚେତାବନୀ ଦେଇଛନ୍ତି।