ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନିର୍ମାଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ
Khabar Odisha:Asit-Tripathy-writes-to-union-health-secretary-proposing-him-to-establish-second-AIIMS-in-Sundargarh
ଭୁବନେଶ୍ୱର, ନଭେମ୍ବର ୨୫( ଖବର ଓଡ଼ିଶା):

ଓଡିଶାରେ ଦ୍ୱିତୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ(ଏମ୍ସ) ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ  । ଦ୍ୱିତୀୟ ଏମ୍ସ ନିର୍ମାଣ ପାଇଁ ସୁନ୍ଦରଗଡରେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ନେଇ ମୁଖ୍ୟ ଶାସନ ସଚିବ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ 2012 ମସିହାରରେ ସ୍ଥାପିତ ହୋଇଥିବା ଏମ୍ସରେ ସ୍ୱାସ୍ଥ୍ୟସେବା ଉନ୍ନତ । ମାତ୍ର ସମଗ୍ର ଓଡିଶାକୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆଉ ଏକ୍ ଏମ୍ସର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ସମୁଦାୟ 17ଟି ଏମ୍ସ ରହିଥିବା ବେଳେ ଏକମାତ୍ର ରାଜ୍ୟ ଭାବରେ ବିହାରରେ ଦୁଇଟି ଏମ୍ସ ନିର୍ମାଣ ହେବାକୁ ଯାଉଛି ।

ବିହାର ପରି ଓଡିଶାରେ ଆବଶ୍ୟକତା ଏବଂ ଭିତ୍ତି ଭୂମି ରହିଥିବାରୁ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ସ୍ଥାପନ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

  • Tags:

Subscribe

National International State Sports Entertainment