କୁକୁର କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ । ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ନାବାଳିକାଙ୍କୁ କୁକୁର କାମୁଡିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ହେଲେ ସେଠାରେ ସଠିକ ଭାବେ ଚିକିତ୍ସା କରାନଯିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ କରିଗୋଳା ପଞ୍ଚାୟତ ଆମ୍ୱତଇଲା ସାହିରେ ଏକ ମାସ ପୂର୍ବେ ଛୋଟ ଝିଅ ଖେଳୁଥିବା ସମୟରେ ତାଙ୍କୁ ବୁଲା କୁକୁର କାମୁଡିଥିଲା । ଏହାପରେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇବା ପାଇଁ ଡାକ୍ତରଖାନା ନେଇଥିଲେ । ଚିକିତ୍ସା ହୋଇ ଘରକୁ ମଧ୍ୟ ଫେରିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଦୀର୍ଘ ମାସେ ପରେ ନାବାଳିକାଙ୍କ ମୃତ୍ୟୁ ହୋଇଛି ।
ନାଳିକାଙ୍କ ସହ ସମସ୍ତେ ମିଳାମିଶା କରିଥିବାରୁ ଗ୍ରାମବାସୀ ଭୟରେ ଅଛନ୍ତି । ଉପଯୁକ୍ତ ଭାବେ ଚିକିତ୍ସା ନକରାଯିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯେହେତୁ ମୃତ ନାବାଳିକାଙ୍କ ସହ ସମସ୍ତେ ମିଳାମିଶା କରିଛନ୍ତି ଏଥିପାଇଁ ଏକ ସ୍ଵତନ୍ତ୍ର ମେଡିକାଲ ଟିମକୁ ଗ୍ରାମକୁ ପଠାଇ ଚିକିତ୍ସା କରାଇବା ସହ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢନ୍ତୁ :ଜଣ୍ଡିସରେ ଆକ୍ରାନ୍ତ ହେଲେ ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର