ଜଣ୍ଡିସରେ ଆକ୍ରାନ୍ତ ହେଲେ ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର । ଛାତ୍ରାବାସରେ ବ୍ୟାପି ଚାଲିଛି ଜଣ୍ଡିସ । ଭୟଭୀତ ହୋଇପଡିଛନ୍ତି ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝରରୁ । ଯାନ୍ତ୍ରୀକ ମହାବିଦ୍ୟାଳୟରେ ପ୍ରାୟ ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ମେଡିକାଲ ଟିମ୍ ହଷ୍ଟେଲରେ ପହଂଚି ୧୨ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ।
ସୂଚନା ଅନୁଯାୟୀ,କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଛାତ୍ରଙ୍କୁ ଜଣ୍ଡିସ ଆକ୍ରାନ୍ତ କରିଥିଲା । କିଛି ଦିନ ହେବ ଲଗାତାର ଭାବେ କିଛି ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ଛାତ୍ରାବାସରେ ରହୁଥିବା ସମସ୍ତ ଛାତ୍ର ଭୟଭୀତ ହୋଇପଡିଛନ୍ତି । ତେବେ ଶୁକ୍ରବାର କଲେଜ କର୍ତ୍ତୃପକ୍ଷ ଏକ ଛାତ୍ରାବାସର ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ ।
ଏହାପରେ କିଛି ଛାତ୍ର ଘରକୁ ପଳାଇଯାଇଥିଲେ । ବାକି ରହିଥିବା ଛାତ୍ରଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ସେମାନଙ୍କୁ ଜଣ୍ଡିସ ଆକ୍ରାନ୍ତ କରିଛି ବୋଲି ଜଣାପଡିଥିଲା । ଯାହାକୁ ନେଇ ସେଠାରେ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏଥିସହ ଜଣ୍ଡିସ ଆକ୍ରାନ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା ।
ଅଧିକ ପଢନ୍ତୁ :ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ