କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ତାତି କଲବଲ ହେଉଛି ସାରା ଓଡିଶା । ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଥିବା ବେଳେ ୪ଟି ସହରର ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗିର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୪୬.୨ ଓ ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୪୬ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ସମ୍ବଲପୁର ୪୫.୬, ବୌଦ୍ଧ ୪୫.୩, ହୀରାକୁଦ ୪୫.୧ ଡିଗ୍ରୀ ସେଲ୍ସିୟସ ରହିଛି।
ବାତ୍ୟା ‘ରେମାଲ’ ପ୍ରଭାବରେ ରାଜ୍ୟରେ ଗତ ଦୁଇ ଦିନ ପାଗ ଅପେକ୍ଷାକୃତ ଭଲ ରହିଥିବା ବେଳେ ଗତକାଲି ଠାରୁ ତାପମାତ୍ରା ବଢ଼ିଛି । ଆଗାମୀ ୨ରୁ ୪ ଦିନ ଯାଏ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି।