ନୟାଗଡ: ବୋମାମାଡ଼ ମାଡରେ ୩ ଗୁରୁତର। ଏଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରୁ। ଡକାୟତି କରିବା ପାଇଁ ଆସି ବୋମାମାଡ କଲେ ଦୁର୍ବୃତ୍ତ।
ସୂଚନା ଅନୁସାରେ, ଗାଁରେ ରାସ୍ତା କାମ ହେଉଥିବାରୁ ୨ ଜଣ ଯୁବକ ସିମେଣ୍ଟ ବସ୍ତା ଜଗିଥିଲେ। ରାତି ପ୍ରାୟ ସାଢେ ୧୨ଟା ସମୟରେ ୬ଜଣ ଲୋକ ମାରଣାସ୍ତ୍ର ଧରିପଶି ଆସିଥିଲେ। ଦୁର୍ବୃତ୍ତଙ୍କୁ ଦେଖି ୨ ଯୁବକ ଗାଁଲୋକଙ୍କୁ ଡାକିବାରୁ ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମା ଫୋପାଡି ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଗାଁଲୋକେ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ।
ବୋମାମାଡରେ ଗାଁର ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।ଖବରପାଇ ପୋଲିସ ଅଭିଯୁକ୍ତ ଅକୃରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ବୋମାମାଡ଼ରେ ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟ ମେଡିକାଲରେ ପଶି ଅକୃରକୁ ନିର୍ଦ୍ଦୁମ ଛେଚିଥିଲେ।