ବରଗଡ : ସ୍କୁଲରେ ପାଠ ପଢ଼ାଇବାକୁ ଆବଶ୍ୟକ ଅନୁଯାୟୀ ନାହାଁନ୍ତି ଶିକ୍ଷକ। ୯୧ ଜଣ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇବାକୁ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶିକ୍ଷା ବିଭାଗ ସମସ୍ୟାର ସମାଧାନ ନକରିବାରୁ ସୋମବାର ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଆରା ଢଙ୍ଗରେ ଧାରଣା ଦେଇଛନ୍ତି ବେହେରା ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ।
ସୂଚନା ଅନୁଯାୟୀ ବରଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ବେହେରା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୯୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେଠାରେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି ଯାହା ଦ୍ୱାରା ପିଲାଙ୍କ ପାଠପଢାରେ ଅସୁବିଧା ହେବାରୁ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ନିକଟ ତେତେଲଟିକ୍ରା ସ୍କୁଲରେ ୨୫ ଜଣ ଛାତ୍ରଛାତ୍ରୀ ଥାଇ ମଧ୍ୟ ୩ ଜଣ ଶିକ୍ଷକ ରହିଛନ୍ତି ଅଥଚ ବେହେରା ଗ୍ରାମର ସ୍କୁଲରେ ଅଧିକ ପିଲା ଥାଇ ମଧ୍ୟ କାହିଁକି ଶିକ୍ଷକ ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ ଏବଂ ଶୀଘ୍ର ସମସ୍ୟାର ସମାଧାନ ପାଇ ପୂର୍ବରୁ ଦାବି କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ନହେବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମିଶି DEO ଅଫିସ ଆଗରେ ଧାରଣାରେ ବସି ନିଆରା ଢଙ୍ଗରେ ଆନ୍ଦୋଳନ କରିଥିଲେ l