୧000 ସରକାରୀ ପଦ ପୂରଣ ପାଇଁ ବାହାରିଲା ନିଯୁକ୍ତି, ଶେଷ ତାରିଖ ପୂର୍ବରୁ ଶୀଘ୍ର କରନ୍ତୁ ଆବେଦନ
ଭୁବନେଶ୍ୱର: ଓଡ଼ିଶାରେ ଯୁବ ବର୍ଗଙ୍କ ପାଇଁ ସରକାରୀ ଚାକିରୀ କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୧ ହଜାରରୁ ଅଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାମ ରୋଜଗାର ସେବକ, ପୋଲିସ ଡ୍ରାଇଭର, ଏସଡିଆଇପିଆରଓ ଆଦି ପଦରେ ଆବେଦନ କରିପାରିବେ ।
ବିଭିନ୍ନ ଜିଲ୍ଲାରେ ଯାହା ପଦବୀ ଖାଲି ରହିଛି ସେଥି ମଧ୍ୟରୁ ଯାହା ସୂଚନା ଅଛି, ଭଦ୍ରକ ଜିଲ୍ଲାରେ ୧୪୬ଟି ଗ୍ରାମ ରୋଜଗାର ସେବକ (ଜିଆରଏସ) ପଦ ଖାଲି ରହିଥିବା ବେଳେ ଏହାର ଆବେଦନ ତାରିଖ ନଭେମ୍ବର ୧୧ ତାରିଖ ରହିଛି। ସେହିପରି କନ୍ଧମାଳ ଜିଲ୍ଲାରେ ୧୨୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଅନ୍ତିମ ତାରିଖ ଅକ୍ଟୋବର ୨୪ ରହିଛି। ଅନୁଗୁଳରେ ୧୪୪ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ ରହିଛି । ପୁରୀରେ ୧୮୨ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଅକ୍ଟୋବର ୨୩ ଆବେଦନର ଅନ୍ତିମ ତାରିଖ ରହିଛି । ମୟୁରଭଞ୍ଜରେ ୩୫୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସମ୍ବଲପୁରରେ ୧୦୧ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସେହିପରି ନବରଙ୍ଗପୁରରେ ୧୫୬ଟି, ଝାରସୁଗୁଡ଼ାରେ ୬୮ଟି, ଜଗତସିଂହପୁରରେ ୧୭୨ଟି ଜିଆରଏସ ପଦ ଖାଲି ଅଛି ।
ଏହା ସହିତ ଓଡ଼ିଶା ପୋଲିସର ୪୦୫ଟି ଡ୍ରାଇଭର ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧ ରହିଛି। ଓଡ଼ିଶା ଲୋକସେବା ବିଭାଗ ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ୩୦ ପୂର୍ବରୁ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।
ଓଡ଼ିଶା ପୋଲିସରେ ୧୩୬୦ଟି ସିପାହୀ / କନଷ୍ଟେବଳ ପଦ ଖାଲି ରହିଥିବା ବେଳେ ୧୭୭ଟି କନିଷ୍ଠ କିରାଣୀ ପଦ ଖାଲି ରହିଛି ।