କଟକ : ଶିଖରପୁରସ୍ଥିତ ଏକ ହୋଟେଲ ଉପରେ ଚାଉଳିଆଗଞ୍ଜ ଥାନା ପକ୍ଷରୁ ଚଢ଼ାଉ। ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଥିବା ନେଇ ସୂଚନା ମିଳିବା ପରେ ପୋଲିସ୍ ଚଢାଉ କରିଥିଲା।
ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ସ୍ଥାନୀୟ ବାସିନ୍ଦାମାନେ କିଛି ବାହାର ରାଜ୍ୟ ର ଗାଡ଼ି ହୋଟେଲ ଆଗରେ ଥୁଆ ହୋଇଥିବା ନେଇ ସନ୍ଦେହ କରି ଥାନକକୁ ଏ ବାବଦରେ ଖବର ଦେଇଥିଲେ । ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ୍ ହୋଟେଲରେ ରେଡ୍ କରିଥିଲା। ପୋଲିସ୍ ଗାଡି ଦେଖି ଘଟଣାସ୍ଥଳରୁ ଜଣେ ଖସି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ପୁଲିସ ଉକ୍ତ ସନ୍ଦିଗ୍ଧକୁ କାବୁ କରିଥିଲା । ଏହାପରେ ପୋଲିସ ସେହି ହୋଟେଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହ ସେଠାରୁ ୩୦ ସଦିଗ୍ଧ ବ୍ୟକ୍ତିକୁ ଉଠାଇ ନେଇଛି ପୋଲିସ୍ ।
କେଉଁ କାରଣ ଯୋଗୁଁ ଚଢ଼ାଉ ହେଉଛି,ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତେବେ ସନ୍ଦିଗ୍ଧ ବ୍ୟକ୍ତି ମାନେ କୌଣସି କ୍ରିପ୍ଟୋ କରେନ୍ସିର ଠକେଇ କରିବାକୁ ଆସିଥିବାର ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସମସ୍ତ ଅଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି। କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ କେଉଁ କାରଣ ରହିଛି ସେନେଇ ତଦନ୍ତ ଚାଲିଛି।