ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୁ ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତମାନେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡିତା ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି ।
ଗତ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଚୋରି କରିବାକୁ ଦୁଇ ଜଣ ଦୁର୍ବୃତ୍ତ ପଶିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ଜଣେ ମହିଳାଙ୍କ ଘରେ ପଶିଥିଲେ । ଘରେ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ଏ ନେଇ ମହିଳା ଜଣକ ମୈତ୍ରୀ ବିହାର ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଧରିଥିବା ଜଣା ପଡ଼ିଛି ।
ପୀଡ଼ିତା ମହିଳା ରବିବାର ରାତିରେ ନିଜ ଦୁଇ ବର୍ଷର ଶିଶୁ କନ୍ୟା ସହ ଘରେ ଥିଲେ । ଭୁଲ ବଶତଃ ଘରର ବାଲ୍କୋନି କବାଟ ବନ୍ଦ କରିବାକୁ ଭୁଲିଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ଦୁଇ ଜଣ ଘରକୁ ପ୍ରବେଶ କରିଥିଲେ । ମହିଳାଙ୍କ ବେକରେ ଛୁରୀ ଲଗାଇବା ସହିତ ଝିଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ମହିଳା ଜଣକ କହିଥିଲେ ଯେ ସମସ୍ତ ଟଙ୍କା ପଇସା ନେଇ ଯାଅ ଏବଂ ଝିଅକୁ ଛାଡ଼ି ଦେବାକୁ ଗୁହାରୀ କରିଥିଲେ । ଏହା ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ସୁନା ଗହଣା ନେବା ସହିତ ଟଙ୍କା ନେଇ ଯାଇଥିଲେ । ଏହା ପରେ ମହିଳାଙ୍କୁ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ । ସକାଳେ ପଡ଼ୋଶୀ ତାଙ୍କୁ ଉଦ୍ଧାର କରିଥିଲେ ।