ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ୱ କପ୍ ବିଜେତା କିଙ୍ଗ୍ କୋହଲି ଆଜି ତାଙ୍କର ୩୬ତମ ଜନ୍ମ ଦିବସ ପାଳନ କରୁଛନ୍ତି । ନିଜର ବ୍ୟାଟର ଯାଦୁରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ବିରାଟ । ସବୁବେଳେ ନିଜର ଧୁରନ୍ଧର ବ୍ୟାଟିଂ ପାଇଁ ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି ।
୧୯୮୮ ମସିହା ନଭେମ୍ବର ୫ ତାରିଖରେ ବିରାଟ ଏକ ମଧ୍ୟବିତ୍ତ ପରିବାରରେ ଶ୍ରେଣୀରେ ଜନ୍ମ ଗ୍ରହଣ କରିଥିଲେ । ସେ ମଧ୍ୟ ପ୍ରଦେଶର ମୂଳ ବାସିନ୍ଦା ଅଟନ୍ତି । କିନ୍ତୁ ତାଙ୍କ ବାପା ପରବର୍ତ୍ତୀ ସମୟରେ ସପରିବାର ଦିଲ୍ଲୀ ଚାଲି ଆସିଥିଲେ । ପିଲାଟି ଦିନରୁ ହିଁ ତାଙ୍କର କ୍ରିକେଟ୍ ଅତ୍ୟନ୍ତ ଆଗ୍ରହ ଥିଲା ଯାହା ଆଜି ତାଙ୍କୁ ବିଶ୍ୱ ସ୍ତରରେ ଏକ ବିଶେଷ ପରିଚୟ ଦେଇଛି । କ୍ରିକେଟ୍ ପ୍ରତି ତାଙ୍କର ଆକର୍ଷଣ ଦେଖି ତାଙ୍କ ପିତା ମାତ୍ର ୯ ବର୍ଷ ବୟସରେ ତାଲିମ ନେବାକୁ କ୍ରିକେଟ ଏକାଡେମୀରେ ଭର୍ତ୍ତି କରାଇଥିଲେ । ସେବେଠାରୁ ଅନେକ ଉତ୍ଥାନ ପତ୍ତନ ଦେଖିଛନ୍ତି କିନ୍ତୁ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ବିରାଟ୍ ।
ସେ ନିଜ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ୧୦ ବର୍ଷରେ ଅନ୍ତର୍ଜାତୀୟ ସ୍ତରରେ ୨୦, ୦୦୦ ରନ୍ କରିବାରେ ପ୍ରଥମ କ୍ରିକେଟର୍ ଅଟନ୍ତି । ୨୦୧୯ରେ ୱେଷ୍ଟ ଇଣ୍ତିଜ୍ ସହିତ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ସେ ଏହି ରେକର୍ଡକୁ ଛୁଇଁଥିଲେ । ସେହିପରି ଅତି ଶୀଘ୍ର ୧୩୦୦୦ ରନ୍ କରିବାରେ ସେ ମଧ୍ୟ ପ୍ରଥମ ଖେଳାଳୀ ଅଟନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସେ ୧୦୦୦ ରନ୍ ବନାଇ ଆଉ ରେକର୍ଡକୁ ମଧ୍ୟ ନିଜ ନାମରେ ରଖିଛନ୍ତି । ସେ ଏଯାବତ ୫୩୮ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳି ୨୭,୧୩୪ ରନ୍ କରିଥିବାବେଳେ ସେଥି ମଧ୍ୟରୁ ୭୧ଟି ଶତକ କରିଛନ୍ତି । ନିକଟରେ ଟି -୨୦ ଫର୍ମାଟରୁ ଅବସର ନେଇଥିବା ଏହି ଷ୍ଟାର କ୍ରିକେଟର କ୍ରିକେଟର ତିନି ଫର୍ମାଟରେ ହାସଲ କରିଛନ୍ତି ଅନେକ ମାଇଲଷ୍ଟୋନ ।
୨୦୧୧ ଦିନିକିଆ ବିଶ୍ୱ କପ୍, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୪ ଟି-୨୦ ବିଶ୍ୱ କପ୍ ବିଜେତା ହୋଇଛନ୍ତି । ସେହିପରି କୋହଲି ଗୋଟିଏ ବର୍ଷରେ ଆଇସିସିର ୩ଟି ପ୍ରମୁଖ ପୁରସ୍କାର ଜିତିବାରେ ମଧ୍ୟ ସେ ଏକମାତ୍ର କ୍ରିକେଟର୍ ଅଟନ୍ତି । ଏହା ପୂର୍ବରୁ ଅଣ୍ଡର୧୯ ବିଶ୍ୱ କପ ଅଧିନାୟକ ରହି ଭାରତକୁ ବିଶ୍ୱ କପ୍ ଦେଇଥିଲେ ।
୨୦୧୮ରେ ସେ ‘ସର୍ ଗାରଫିଲ୍ଡ ସୋବର୍ସ ଟ୍ରଫି’, ଆଇସିସି ଟେଷ୍ଟ ଏବଂ ଦିନିକିଆରେ ‘ପ୍ଲେୟାପ ଅଫ୍ ଦ ଇୟର୍’ ସମ୍ମାନରେ ସମ୍ମାନିତ ହୋଇଥିଲେ ।