ରାଜକୋଟ ଟି-୨୦: ପ୍ରଥମେ ଫିଲ୍ଡିଂ କରିବ ଭାରତ
Khabar Odisha:sports-odisha-india-and-bangladesh-2nd-t20-in-rajkot-toss
ରାଜକୋଟ, ନଭେମ୍ବର ୦୭(ଖବର ଓଡିଶା):

ଆଜି ରାଜକୋଟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ରେ ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଛି ।  ବାଂଲାଦେଶ  ପ୍ରଥମେ ବ୍ୟାଟିଂ କରିବ ।  ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ଭ୍ରମଣକାରୀ ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । 

ଭାରତୀୟ ଟି-୨୦ ଟିମର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ଗୁରୁବାର ବାଂଲାଦେଶ ବିପକ୍ଷରେ ନିଜ କ୍ୟାରିୟରର ୧୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଏହି ବ୍ୟକ୍ତିଗତ ଅଭିଜ୍ଞତାକୁ ଯଦି ବାଦଦେବା, ରୋହିତ ଓ ତାଙ୍କର ଟିମ ପାଇଁ ଆଜି ହେଉଛି ଏକ ଚ୍ୟାଲେଞ୍ଜିଂ ଦିନ । କାରଣ ଭାରତକୁ ଶୃଙ୍ଖଳା ବଂଚାଇବାକୁ ପଡ଼ିବ । ଭାରତ-ବାଂଲାଦେଶ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ନୂଆଦିଲ୍ଳୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୭ ୱିକେଟରେ ପରାସ୍ତ ହୋଇସାରିଛି । ଟି-୨୦ ଅନ୍ତର୍ଜାତୀୟରେ ବାଂଲାଦେଶ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ବାଂଲାଦେଶ ପାଇଁ ଏହି ଫଳାଫଳ ଉତ୍ତମ କୁହାଯାଇପାରିବ । କାରଣ ଦରମା ନେଇ ଅଶାନ୍ତି ଲାଗି ରହିବା ଓ ଆନ୍ଦୋଳନ ପରେ ପରେ ବାଂଲାଦେଶ ଟିମ ଭାରତକୁ ଆସିଛି । ଦ୍ୱିତୀୟ ଟି-୨୦ ଗୁଜୁରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନରେ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ।

ଭାରତ ଗସ୍ତ ପୂର୍ବରୁ ମ୍ୟାଚ୍ ଫିକ୍ସିଂ ସଂପର୍କୀତ ସୂଚନା ନ ଦେବା ଅଭିଯୋଗରେ ବାଂଲାଦେଶର ସବୁଠାରୁ ବଡ଼ ଖେଳାଳି ଶାକିବ ଉଲ ହାସନଙ୍କୁ ନିଲମ୍ବିତ କରି ଦିଆଯାଇଥିଲା । ରାଜକୋଟରେ ଭାରତ ହାରିଗଲେ ଆଇସିସି ଟି-୨୦ ରାକିଂରେ ୫ମ ସ୍ଥାନରେ ଥିବା ବାଂଲାଦେଶ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିବ । ବାଂଲାଦେଶ ଏହି ଇତିହାସ ଯେପରି ବଦଳାଇ ନ ପାରିବ ସେଥିପାଇଁ ରୋହିତ ଶର୍ମା ରଣନୀତି ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଭଲ କାମ କରିବାକୁ ପଡ଼ିବ । ଆଇସିସି ଟେଷ୍ଟ ରାକିଂରେ ଶୀର୍ଷ ଓ ଦିନିକିଆ ରାକିଂରେ ୨ୟ ସ୍ଥାନରେ ଥିବା ଭାରତ ଚଳିତ ବର୍ଷ ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରି ନାହିଁ । ଭାରତ ଘରୋଇ ପଡ଼ିଆରେ ଗୋଟିଏ ଶୃଙ୍ଖଳା ହାରି ଥିବା ବେଳେ ଗୋଟିଏ ଡ୍ର ଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ୧-୧ରେ ଡ୍ର ଥିଲା । ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ଫେବୃୟାରୀରେ ୨-୦ରେ ହାରିଥିଲା । 

  • Tags:

Subscribe

National International State Sports Entertainment