ଅଣ୍ଡର-19 କ୍ରିକେଟ ବିଶ୍ୱ କପ ପାଇଁ ଭାରତୀୟ ଟିମର ଘୋଷଣା, ଦକ୍ଷିଣ ଅଫ୍ରିକାରେ 15 ଖେଳାଳି ଦେଖାଇବେ ଦମ
Khabar Odisha:sports-news-Indian-Cricket-Team-Announced-For-ICC-U19-Cricket-World-Cup-2020
ନୂଆଦିଲ୍ଲୀ, ଡିସେମ୍ଵର ୦୨ (ଖବର ଓଡିଶା) :

ଦକ୍ଷିଣ ଆଫ୍ରିକାରେ ଆସନ୍ତା ବର୍ଷ ହେବାକୁ ଥିବା ଅଣ୍ଡର 19 ବିଶ୍ୱ କପ (ICC Under 19 World Cup) ପାଇଁ ଭାରତୀୟ ଟିମର ଘୋଷଣା ହୋଇଛି । 15 ସଦସ୍ୟୟ ବିଶିଷ୍ଟ ଏହି ଟିମର ଭାର ଉତ୍ତର ପ୍ରଦେଶର ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗଙ୍କୁ ଦିଆଯାଇଛି । ଅଣ୍ଡର 19 ବିଶ୍ୱ କପର ଟିମରେ ସେହି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥାଏ, ଯେଉଁମାନେ ଭବିଷ୍ୟତରେ ଭାରତୀୟ ଟିମର ବଡ ନାଁ ହୋଇପାରିବେ । 

ଅଣ୍ଡର 19 ବିଶ୍ୱ କପ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ- ପ୍ରିୟମ ଗର୍ଗ ( ଅଧିନାୟକ), ଧ୍ରୁବ ଚାନ୍ଦ ଜୁରେଲ ( ଉପ-ଅଧିନାୟକ ଏବଂ ୱିକେଟ କିପର), ୟଶସ୍ୟ ଜୟସୱାଲା, ତିଲକ ବର୍ମା, ଦିବ୍ୟାଂଶ ସକ୍ସେନା, ଶାସ୍ୱତ ରାଉତ, ଦିବ୍ୟାଂଶ ଜୋଶୀ, ଶୁଭମ ହେଗଡେ,  ରବି ବିଶ୍ନୌଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗୀ, ଅର୍ଥବ ଅକୋଲେକର, କୁମାର କୁଶାଗ୍ର, ସୁଶାନ୍ତ ମିଶ୍ର ଏବଂ ବିଦ୍ୟାଧର ପାଟିଲଙ୍କୁ ସୁଯୋଗ ମିଳିଛି । 

ଉଲ୍ଲେଖଯୋଗ୍ୟ ଯେ ଟିମ ଇଣ୍ଡିଆ ରେକର୍ଡ ଚାରି ଥର ଅଣ୍ଡର 19 ବିଶ୍ୱ କପ ବିଜୟ ହୋଇଛି । 2018ରେ ପୃଥ୍ୱୀ ସ’ଙ୍କ ଅଧିନାୟିତ୍ୱରେ ଭାରତ ଅଣ୍ଡର 19 ବିଶ୍ୱ କପ ଜିତିଥିଲା । ଦକ୍ଷିଣ ଆଫ୍ରିକାରେ ହେବାରୁ ଥିବା ବିଶ୍ୱ କପରେ ଚଳିତଥର ଭାରତ ଡିଫେଡିଂ ଚାମ୍ପିୟନ ଭାବେ ମୈଦାନକୁ ଓହ୍ଲାଇବ । ଜାନୁଆରୀ 17ରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ । ଫେବ୍ରୁଆରୀ 9 ତାରିଖରେ ଏହା ଫାଇନାଲ ହେବ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ 48ଟି ମ୍ୟାଚ ଖେଳାଯିବ । 16ଟି ଟିମକୁ 4ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତୀୟ ଟିମରେ ଚତୁର୍ଥ ଟିମରେ ରହିଛି ଏବଂ ଲିଗ ମ୍ୟାଚରେ ଜାପାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ସହ ମୁକାବିଲା ହେବ ।   

Subscribe

National International State Sports Entertainment