ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା- ପ୍ରତ୍ୟେକ ବର୍ଷ ଆୟୋଜନ ହେବ ଖେଲୋ ଇଣ୍ଡିଆ ୟୁନିଭର୍ସିଟି
Khabar Odisha:sports--cricket--odisha--pm-narendra-modi-announced-khelo-india-university-games-mann-ki-baat
ନୂଆଦିଲ୍ଲୀ, ଜାନୁଆରୀ୨୬(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଲୋ ଇଣ୍ଡିଆର ଆୟୋଜନ ପାଇଁ ଆସାମ ସରକାର ଓ ରାଜ୍ୟର ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ୫୬ ରେକର୍ଡ଼ ଭାଙ୍ଗିଥିବା ବାଳିକାଙ୍କୁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା ମାଧ୍ୟମରେ ଯେଉଁଠି ଖେଳାଳିଙ୍କୁ  ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ମିଳୁଛି ସେଠାରେ ଅନ୍ୟ ରାଜ୍ୟର ସଂସ୍କୃତି ସହ ମଧ୍ୟ ସେମାନେ ପରିଚିତ ହେବା ସହ ଭାବ ବିନିମୟର ଆଦାନ ପ୍ରଦାନ କରୁଛନ୍ତି। ତେଣୁ ଖଲୋ ଇଣ୍ଡିଆ ଯୁବା ଖେଳ ଆଧାରରେ ପ୍ରତ୍ୟେକ ବର୍ଷ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ମଧ୍ୟ ଆୟୋଜିତ କରିବାକୁ ନିର୍ଣ୍ଣୟ ନିଆଯିବ। 

ପ୍ରଧାନମନ୍ତ୍ରୀ ‘ମନ କି ବାତ’ କାର୍ଯ୍ୟକ୍ରମରେ ନିଜର ସମ୍ବୋଧନରେ କହିଛନ୍ତି ଯେ, ମୁଁ ଆସାମ ସରକାର ଏବଂ ଆସାମ ଜନତାଙ୍କୁ ଖେଳ ଇଣ୍ଡିଆର ଚମତ୍କାର ଆୟୋଜନ ପାଇଁ ବହୁତ ବହୁତ ଧନ୍ୟବାଦ ଦେଉଛି।  ଜାନୁଆରୀ ୨୨ରେ ଗୌହାଟୀରେ ତୃତୀୟ ‘ଖେଲୋ ଇଣ୍ଡିଆ’  ପ୍ରତିଯୋଗିତାର ସମାପନ ଘଟିଛି। ଏଥିରେ ବିଭିନ୍ନ ରାଜ୍ୟର ପ୍ରାୟ ଛଅ ହଜାର ଖେଳାଳି ଅଂଶ ଗ୍ରହଣ କରିଥିଲେ। କ୍ରୀଡ଼ାର ଏହି ମହୋତ୍ସବରେ ୮୦ ରେକର୍ଡ଼ ଭାଙ୍ଗିଛି ଏବଂ ମୁଁ ଗର୍ବିତ ଯେ ଏଥିରୁ ୫୬ ରେକର୍ଡ଼ ଆମର ଝିଅମାନେ ଭାଙ୍ଗିଛନ୍ତି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଆମ ସମସ୍ତଙ୍କ ପାଇଁ ସୁଖଦ ଅନୁଭୂତି ଯେ ବର୍ଷ ପରେ ବର୍ଷ ଖେଲୋ ଇଣ୍ଡିଆରେ ଖେଳାଳିଙ୍କ ଭାଗିଦାରୀ ବଢ଼ିବାରେ ଲାଗିଛି। ଏହା ଦର୍ଶାଉଛି ଯେ, ସ୍କୁଲସ୍ତରର ପିଲାମାନେ ଖେଳ ପ୍ରତି କେତେ ଆକର୍ଷିତ ହେଉଛନ୍ତି। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ୨୦୧୮ରେ ଯେବେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆରମ୍ଭ ହେଲା ତେବେ ସେହି ସମୟରେ କେବଳ ୩୫୦୦ ଖେଳାଳି ଅଂଶ ଗ୍ରହଣ କରିଥିଲେ। ମାତ୍ର ଏହି ତିନି ବର୍ଷରେ ଖେଳାଳିଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଛଅ ହଜାରରୁ ଅଧିକ ହୋଇଛି।

Subscribe

National International State Sports Entertainment