କୋଲକାତା ନାଇଟ ରାଇଡର୍ସ ଦଳ ଆଇପିଏଲ ୨୦୨୪ ରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଗୌତମ ଗମ୍ଭୀରଙ୍କୁ ୨୦୨୪ ପାଇଁ ଦଳର ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା । ସେ କେକେଆରକୁ ଫେରିବା ପରେ ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା।
କେକେଆର ପୂର୍ବରୁ ଗୌତମ ଗମ୍ଭୀରଙ୍କ ପ୍ରତିନିଧିତ୍ଵରେ ଦୁଇ ଥର ଆଇପିଏଲ ଜିତିଥିଲା ଏବଂ ତୃତୀୟ ଥର ପାଇଁ ଗମ୍ଭୀର ଦଳର ପରାମର୍ଶଦାତା ଭାବରେ ଟାଇଟଲ ଜିତିଥିଲେ। ଏଥି ସହିତ, ବର୍ତ୍ତମାନ ଆଇପିଏଲ ୨୦୨୫ ପୂର୍ବରୁ କେକେଆର ରାହୁଲ ଦ୍ରାବିଡଙ୍କୁ ଦଳର ପରାମର୍ଶଦାତା ହେବା ପାଇଁ ଅଫର ଦେଇଛି।
ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ରାହୁଲ ଦ୍ରାବିଡଙ୍କ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା ୨୯ ଜୁନ୍ । ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଏବଂ ଦିନିକିଆ ବିଶ୍ୱକପ ଫାଇନାଲ ପରେ ଭାରତୀୟ ଦଳ ଶେଷରେ କୋଚ ରାହୁଲ ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିଥିଲା।
ତେବେ କେନିଙ୍ଗଷ୍ଟନ୍ ଓଭାଲରେ ମିଡ଼ିଆ ସହ ବାର୍ତ୍ତାଳାପ ସମୟରେ ଦ୍ରାବିଡ ଥଟ୍ଟାରେ କହିଥିଲେ ଯେ ବର୍ତ୍ତମାନ ସେ ଆସନ୍ତା ସପ୍ତାହରୁ ସେ ବେକାର ହେବାକୁ ଯାଉଛନ୍ତି। ତେବେ ଦ୍ରାବିଡ଼ କେକେଆର ପାଇଁ ପ୍ରଶିକ୍ଷକ ହେବା ଏବେ ଚର୍ଚ୍ଚା ଚାଲିଛି ।
ଅଧିକ ପଢନ୍ତୁ : ଟି-୨୦ ବିଶ୍ୱକପରେ ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ପରେ ବୁମରା ରଚିଲେ ଆଉ ଏକ କୀର୍ତ୍ତିମାନ