ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଦିନରେ ଖେଳ ଜାରି ରହିଛି । କଙ୍ଗାରୁ ଦଳ ସମସ୍ତ ୱିକେଟ୍ ହରାଇ ୩୩୭ର ପାଳି ଖେଳିଛି ଏବଂ ଭାରତକୁ ୧୫୭ ରନ୍ ଲିଡ୍ ମିଳିଛି । ଏହା ପରେ ଭାରତ ବ୍ୟାଟିଂ ଆରମ୍ଭ ହୋଇଛି ।
ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନର ବ୍ୟାଟିଂ ଆରମ୍ଭରୁ ଇଣ୍ଡିଆ ଟିମକୁ ଝଟକା ମିଳିଛି । ଦ୍ୱିତୀୟ ଇନିଂସରେ ମଧ୍ୟ କେ ଏଲ୍ ରାହୁଲ ନିରାଶ କରିଛନ୍ତି । ଆଡିଲେଡରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ରାହୁଲ ମାତ୍ର ୧୦ଟି ବଲ୍ ଖେଳି ୭ ରନ୍ କରି ପାଭିଲିୟନ୍ ଫେରିଛନ୍ତି । ତୃତୀୟ ନମ୍ବରରେ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଛନ୍ତି ।
ଗୋଲାପି ବଲରେ ଖେଳାଯାଉଥିବା ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା ଅଷ୍ଟ୍ରେଲିଆ । ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଥିଲା । କଙ୍ଗାରୁ ବୋଲର ମିଚେଲ୍ ଷ୍ଟାର୍କ ୬ ଓ୍ଵିକେଟ୍ ନେଇଥିଲେ । ଅଧିନାୟକ ପାଟ୍ କମିନ୍ସ ଓ ସ୍କଟ ବୋଲାଣ୍ଡ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ଏହା ପରେ ବ୍ୟାଟିଂ କରିଥିବା କଙ୍ଗାରୁ ଦଳକୁ ମଧ୍ୟ ଭାରତୀୟ ବୋଲରଙ୍କୁ ସାମ୍ନା କରିବା ସହଜ ହୋଇ ନ ଥିଲା । ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ୪-୪ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ନୀତୀଶ ରେଡ୍ଡୀ ଏବଂ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।