ଏସିଆନ ଖେଳର ମହିଳା ଟି୨୦ରେ ଭାରତ ଫାଇନାଲରେ ପ୍ରବେଶ କରିଛି । ପଡୋଶୀ ବାଂଲାଦେଶ ବିପକ୍ଷ ସେମିଫାଇନାଲରେ ସହଜ ବିଜୟ ପରେ ଭାରତ ୨୫ ତାରିଖରେ ହେବାକୁ ଥିବା ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ଵିତୀୟ ସେମିଫାଇନାଲରେ ବିଜୟୀ ଦଳ ଭାରତକୁ ଫାଇନାଲରେ ଭେଟିବ ।
ବାଂଲାଦେଶ ଟସ୍ ଜିତି ବ୍ୟାଟିଙ୍ଗର ନିର୍ଣ୍ଣୟ ନେଇଥିଲା । ଭାରତୀୟ ବୋଲିଙ୍ଗ ଆଗରେ ଧରାଶାୟୀ ହୋଇ ପଡିଥିଲା ବାଂଲାଦେଶ । ୫୧ ରନ ରେ ଅଲ ଆଉଟ କରି ସହଜ ବିଜୟ ହାସଲ କରିଛି ଭାରତ । ବାଂଲାଦେଶର ଅଧିନାୟକ ନିଗର ସୁଲତାନା ସର୍ବାଧିକ ୧୨ ରନ କରିଥିଲେ । ଭାରତ ପକ୍ଷରୁ ପୂଜା ବସ୍ତ୍ରକାର ୪ ଓଭରରେ ସର୍ବାଧିକ ୪ ଟି ୱିକେଟ୍ ନେଇଥିଲା ବେଳେ ଟିଟସ ସାଧୁ, ଅମନଜୋତ କୌର, ରାଜେଶ୍ୱରୀ ଗାଇକୱାଡ ଓ ଦୀପିକା ବୈଦ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଯାହାଫଳରେ ବାଂଲାଦେଶ ୫୧ ରନରେ ଅଲ ଆଉଟ ହୋଇଥିଲା । ଭାରତୀୟ ଓପନର ସ୍ମୃତି ମନ୍ଧନା ୭ ରନ କରି ୱିକେଟ୍ ହରାଇଥିବାବେଳେ ଶେଫାଳି ବର୍ମା ୧୭ ରନ କରି ୱିକେଟ୍ ହରାଇଥିଲେ । ଜେମିମା ରୋଡ୍ରିଗଜ ୨୦ ରନ କରି ନଟ ଆଉଟ ରହି ଭାରତକୁ ମ୍ୟାଚ ଜିତାଇଥିଲେ । ଏହା ସହିତ ଭାରତ ଫାଇନାଲରେ ପ୍ରବେଶ କରିଛି । ୨୪ ତାରିଖ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟୀ ଟିମ୍କୁ ୨୫ ତାରିଖ ଫାଇନାଲରେ ଭେଟିବ ଭାରତ ।
ଅଧିକ ପଢନ୍ତୁ: ଏସୀୟ କ୍ରୀଡାର ପ୍ରଥମ ଦିନରେ ଭାରତ ଦମଦାର ପ୍ରଦର୍ଶନ ଦେଖାଇ ୨ ପଦକ ହାସଲ କରିଛି