ଆଇପିଏଲ ସ୍ଥଗିତକୁ ନେଇ ମଜାକ୍ ଉଡାଇଲା ଅମୁଲ୍‌, ତାତିଲେ ଫ୍ୟାନ୍‌
Khabar Odisha:dairy-giant-Amul-also-shared-a-topical-following-the-postponement-of-IPL

ନୁଆଦିଲ୍ଲୀ, ମେ ୬(ଖବର ଓଡିଶା); ଚଳିତ ଆଇପିଏଲରେ ବିଭିନ୍ନ ଦଳର ଏକାଧୀକ ଖେଳାଳି ଓ ଷ୍ଟାଫ୍ କରୋନାରେ ସକ୍ରମିତ ଚିହ୍ନଟ ହେବା ପରେ ବିସିସିଆଇ ପକ୍ଷରୁ ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି ଏବଂ ଏହାକୁ ନେଇ ଫ୍ୟାନ୍ ମାନେ ବିଭିନ୍ନ ମିମ୍ ସୋସିଆଲ ମିଡିଆରେ ସେୟାର କରି ଆଇପିଏଲ ବନ୍ଦକୁ ନେଇ ନିଜର ମତାମତ ପ୍ରକାଶ କରିଛନ୍ତି । 

 ଏହି ଧାରାରେ ଯୋଡି ହୋଇଛି ପ୍ରଶିଦ୍ଧ ଖିର ଉତ୍ପାଦନ କାରି ଅମୁଲ କମ୍ପାନୀ । ଅମୁଲ ପକ୍ଷରୁ ଆଇପିଏଲକୁ ଘୁଞ୍ଚାଇଦେବା ଉପରେ ଏକ ଅକର୍ଶଣୀୟ ମଜାଳିଆ ପୋଷ୍ଟ ଏହାର ସୋସିଆଲ ମିଡିଆ ସେୟାର କରାଯାଇଛି । ଏଥିରେ ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ଇନ୍‌ଡିଆନ ପୋଷ୍ଟପୋନ୍ ଲିଗ୍ ଲେଖାଥିବା ଏବଂ ଏହି ପଷଟୋରେ ବିଦେଶୀ ଖେଳାଳୀ ମାନେ ନିଜର ଲଗେଜ ଧରି ନିଜ ଦେଶକୁ ଫେରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି । ଏବେ ଇଣ୍ଟରନେଟ୍‌ରେ ଏହାକୁ ନେଇ ଆଇପିଏଲ୍ ଫ୍ୟାନ୍‌ଙ୍କ ମଧୟରେ ବିଭାଜନ ହୋଇ ଏହା ଉପରେ ନିଜର ମନ୍ତବ୍ୟ ଦେଉଛନ୍ତି । ସୂଚନା ଥାଉକି ଅମୁଲ ପକ୍ଷରୁ ଏବେ ଦେଶରେ ଏବଂ ଅନ୍ତର୍ଜାତିକ ସ୍ତରରେ ବିଭିନ୍ନ ବିଷୟ ଉପରେ ଏହିଭଳି ପୋଷ୍ଟ ପ୍ରତ୍ୟେକ ଦିନ ପ୍ର୍ରକାଶ କରାଯାଉଛି । 

ତେବେ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ ଖେଳାଳି, ସାହାଯ୍ୟ କାରୀ ଏବଂ ଅନ୍ୟ ମାନେ ଯେଉଁ ମାନେ ଏଥିରେ ଅନ୍ତଭୁକ୍ତ ଅଛନ୍ତି ମୋନଙ୍କର ସୁରକ୍ଷା ହେଉଛି ବିସିସିଆଇ ର ମୁଖ୍ୟ ଉଦେଶ୍ୟ ଓ ସେମାନେ ଏଥିରେ କୌଣଷୀ ସାଲିସ କରିବାକୁ ଚାହୁଁ ନାହାନ୍ତି । ଆଇପିଏଲ ସହିତ ଜଡିତ ଥିବା ସମସ୍ତଙ୍କ ସୁରକ୍ଷା ଏବଂ ଜରୁରିକୁ ଦେଖି ଏହି ନିଷ୍ପତି ଗ୍ରହଣ କରାଯାଇଛି । ତେବେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଆଇପିଏଲରେ ସମସ୍ତ ଅଶଂ ଗ୍ରହଣ କାରି ମାନେ କିପରି ସୁରକ୍ଷିତ ଭାବରେ ନିଜ ଦେଶକୁ ଫେରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି । 

ଭାରତରେ ଦୃତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଇପିଏଲ ସୁରୀତ ଭାବରେ ଚାଲୁ ରହିଥିଲା ବେଳେ କିଛି ଖେଳାଳୀ କରୋନା ସକ୍ରମିତ ଚିହ୍ନଟ ହେବା ପରେ ଏହି ବିସିସିଆଇ ଏହି ନିଷ୍ପତି ନେଇଛି ।

  • Tags:

Subscribe

National International State Sports Entertainment