ଭାରତୀୟ ପୂର୍ବତନ ଅଧିନାୟକ ଧୋନୀଙ୍କ ରେକର୍ଡକୁ ଭାଙ୍ଗିଲେ ମହିଳା ୱିକେଟ କିପର
Khabar Odisha:Woman-Cricketer-Alyssa-Healy-Breaks-Mahendra-Singh-Dhoni-Record-Becomes-The-Most-Successful-T-20-Wicket-Keeper
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳର ୱିକେଟ୍ କିପର ଆଲିସା ହେଲି ରବିବାର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ହେଲି ଧୋନିଙ୍କ ଟି -20 କ୍ରିକେଟରେ ସର୍ବାଧିକ ଖେଳାଳି ପାଭିଲିୟନ ପଠାଇବାର ରେକର୍ଡ ଭାଙ୍ଗିଛନ୍ତି।

ବ୍ରିସବେନ୍ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -20 ମ୍ୟାଚ୍ ସମୟରେ ଅଷ୍ଟ୍ରେଲୀୟ ମହିଳା ୱିକେଟ୍ କିପର ଏହି ରେକର୍ଡ ହାସଲ କରିଛନ୍ତି। ହେଲି ବର୍ତ୍ତମାନ ଟି -20 କ୍ରିକେଟ୍ (ମହିଳା ଏବଂ ପୁରୁଷଙ୍କ ସମେତ) ସର୍ବାଧିକ ଆଉଟର ରେକର୍ଡ ହାସଲ କରିଛନ୍ତି।

ହେଲିଙ୍କ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ରେକର୍ଡର ଅଧିକାରୀ ଥିଲେ । ୱିକେଟ୍ କିପର ଭାବରେ 91 ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ପ୍ରକାଶ ଥାଉ ଯେ ଧୋନି ଟି -20 ମ୍ୟାଚରେ 98 ଥର ଭାରତର ନୀଳ ଜର୍ସି ପିନ୍ଧିଥିବାବେଳେ ହେଲି ଅଷ୍ଟ୍ରେଲିଆକୁ 114ଟି -20 ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି।

ସୂଚନାଯୋଗ୍ୟ, ଧୋନି ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହି ସମୟରେ ଧୋନି ୟୁଏଇରେ ଚାଲିଥିବା ଆଇପିଏଲରେ ବ୍ୟସ୍ତ ଅଛନ୍ତି ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି।

  • Tags:

Subscribe

National International State Sports Entertainment