ଆଉ T-20ରେ ପ୍ରତିନିଧିତ୍ୱ କରିବେନି ବିରାଟ୍‌, ଅଧିନାୟକ ପଦ ଛାଡିବା ନେଇ କଲେ ଘୋଷଣା
Khabar Odisha:Virat-Kohli-steps-down-as-T20-captain

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ଆଗାମୀ ଟି-୨୦ରେ ପ୍ରତିନିଧିତ୍ୱ କରିବେନି ବିରାଧ । ସୁବଦିନ ପାଇଁ ଟି-୨୦ ଅଧିନାୟକ ପଦ ଛାଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ।

ଆଜି ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ୍ । ଏହି ପ୍ରସଙ୍ଗରେ ସେ ରବି ଶାସ୍ତ୍ରୀ ଓ ରୋହିତ୍ ଶର୍ମାଙ୍କ ସହ ଆଲୋଚନା କରି ସେ ଏହି ନିଷ୍ପତି ନେଇଥିବା କହିଛନ୍ତି । 

ଅଧିକ ଖେଳ ଚାପ ଯୋଗୁଁ ବିରାଟ ଏଭଳି ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି । ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ପାଇଁ ଅଧିକ ସମୟ ଦେବାକୁ ହେବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ କୋହଲି ।

ଆଗାମୀ ବିଶ୍ୱକପ୍ ପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡିବକୁ ଯାଉଛନ୍ତି ବିରାଟ । ଏନେଇ ବିରାଟ ଟ୍ୱିଟ୍ କରିବା ପରେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଏବେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଛି ।

  • Tags:

Subscribe

National International State Sports Entertainment