ଘରୋଇ କ୍ରିକେଟକୁ ଅଲବିଦା କଲେ ଭେଟେରାନ ଅଲରାଉଣ୍ଡର ରଜତ ଭାଟିଆ
Khabar Odisha:Veteran-all-rounder-Rajat-Bhatia-quits-all-format-of-cricket
ନୂଆଦିଲ୍ଲୀ, ଜୁଲାଇ ୨୯ (ଖବର ଓଡ଼ିଶା):

ଭାରତର ଘରୋଇ କ୍ରିକେଟର ଜଣେ ଭେଟେରାନ ଅଲରାଉଣ୍ଡର ଭାବେ ଜଣାଶୁଣା ରଜତ ଭାଟିଆ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଦିଲ୍ଲୀର ଏହି ଷ୍ଟାର ଅଲରାଉଣ୍ଡର ଦୀର୍ଘ ୨୦ ବର୍ଷ ଧରି ଘରୋଇ କ୍ରିକେଟ ଖେଳିଛନ୍ତି । 

୨୦୦୦ ମସିହାରେ ତାମିଲନାଡୁ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଏହି ଅଲରାଉଣ୍ଡର ପରେ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ଦଳ ପକ୍ଷରୁ ମଧ୍ୟ ରଣଜୀ ଖେଳିଛନ୍ତି । ସେ ନିଜର ୨୦ ବର୍ଷ କ୍ୟାରିଅର ମଧ୍ୟରେ ୬୮ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏବଂ ୬୪ ଟି ଲିଷ୍ଟ- ଏ ମ୍ୟାଚ ଖେଳି ୩୮୨୮ ଏବଂ ୧୫୪୫ ରନ ସ୍କୋର କରିଛନ୍ତି । ଏହା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ୭୬ ଟି ୱିକେଟ ଏବଂ ଲିଷ୍ଟ-ଏ କ୍ରିକେଟରେ ୩୩ ଟି ୱିକେଟ ହାସଲ କରିଛନ୍ତି । ୬୦ ଟି ଟି-ଟ୍ୱେଣ୍ଟି ମ୍ୟାଚରୁ ମଧ୍ୟ ସେ ୪୩୯ ରନ କରିଥିବାବେଳେ ୪୫ ଟି ୱିକେଟ ନେଇଛନ୍ତି । ସେହିପରି ବିଭିନ୍ନ ଟିମ ପକ୍ଷରୁ ଆଇପିଏଲରେ ପ୍ରତିନିଧିତ୍ୱ କରିଛନ୍ତି । ସେ ୯୫ ଟି ଆଇପିଏଲ ମ୍ୟାଚରୁ ୩୪୨ ରନ ସ୍କୋର କରିଥିବାବେଳେ ୭୧ ଟି ୱିକେଟ ନେଇଛନ୍ତି । ୨୦୧୨ରେ ଆଇପିଏଲ ବିଜେତା ସଦସ୍ୟ ଥିଲେ ରଜତ ଭାଟିଆ ।

  • Tags:

Subscribe

National International State Sports Entertainment