ଆଗାମୀ ସପ୍ତାହରେ ଆରମ୍ଭ ହେବ ଭାରତୀୟ ହକି ଦଳର ଟ୍ରେନିଙ୍ଗ କ୍ୟାମ୍ପ
Khabar Odisha:The-Indian-hockey-teams-training-camp-will-start-next-week
ବାଙ୍ଗାଲୋର, ଅଗଷ୍ଟ ୦୧ (ଖବର ଓଡ଼ିଶା):

ମହାମାରୀ କରୋନା ଯୋଗୁଁ ଦୀର୍ଘ ଛଅ ସପ୍ତାହ ବିଶ୍ରାମ ପରେ ପୁଣି ଥରେ ଅଭ୍ୟାସ କରିବା ନିମନ୍ତେ ପଡିଆକୁ ଓଲ୍ହାଇବେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିମାନେ. 

ତେବେ ବାଙ୍ଗାଲୋରର ସ୍ପୋର୍ଟ୍ସ ଅଥେରଟି ଅଫ ଇଣ୍ଡିଆର କ୍ୟାମ୍ପସରେ ଆୟୋଜିତ ଏହି ଟ୍ରେନିଙ୍ଗ କ୍ୟାମ୍ପ ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 30 ଯାଏ ଅନୁଷ୍ଠିତ ହେବ. ତେବେ ଖେଳାଳି ମାନଙ୍କୁ ଯଥାଶୀଘ୍ର କ୍ୟାମ୍ପରେ ଯୋଗ ଦେବାକୁ କୁହାଯାଇଛି. 

ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି କ୍ୟାମ୍ପରେ 33 ଜଣ ପୁରୁଷ ଖେଳାଳି ଏବଂ 8 ଜଣ ସପୋର୍ଟ ଷ୍ଟାଫ ରହିବେ. ସେହିପରି ମହିଳା ଦଳ ପକ୍ଷରୁ ମଧ୍ୟ 24 ଜଣ ଖେଳାଳି ଏବଂ 7 ଜଣ ସପୋର୍ଟ ଷ୍ଟାଫ ରହିବେ. 

ଏହି କ୍ୟାମ୍ପ ଆୟୋଜନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି. ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମାନଙ୍କ ପାଇଁ କ୍ଵାରେନଟିନରେ ରହିବାର ବ୍ୟବସ୍ଥା କରାଯାଇଛି. ସେହିପରି ସମସ୍ତ ଖେଳାଳି ଯେଉଁ ହଷ୍ଟେଲ ମାନଙ୍କରେ ରହିବେ ସେଗୁଡିକୁ ସାନିଟାଇଜ କରାଯାଇଛି. କରୋନା ଟେଷ୍ଟର ମଧ୍ୟ ସୁବିଧା କରାଯାଇଛି. କ୍ୟାମ୍ପ ଚାଲିଥିବା ସମୟରେ ଯଦି କୌଣସି ଖେଳାଳି କିମ୍ବା ଅଫିସିଆଲ ଷ୍ଟାଫ ପଜିଟିଭ ଚି଼ହ୍ନଟ ହୁଅନ୍ତି ସେମାନଙ୍କୁ ରଖିବା ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ହଲର ବ୍ୟବସ୍ଥା କରାଯାଇଛି ବୋଲି ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି.

  • Tags:

Subscribe

National International State Sports Entertainment