ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ନିର୍ଗୁଣପଡା ଠାରେ କ୍ରୀଷ୍ଣା ଆଦିବାସୀ କ୍ଳବ ଆନୁକୂଲ୍ୟରେ ୨୯ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବବୃବାହନ ଭୋଇ ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ଉପସ୍ଥିତ ହୋଇ ପୂଜାର୍ଚ୍ଚନା କରି ଫିତା କାଟି ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଗୋଟି ଦଳ ଭାଗ ନେଇଛନ୍ତି। ସୋମବାର ପ୍ରଥମ ଦିନର ମ୍ୟାଚରେ ହପ୍ରିଆବାହଲ ଓ ରାନିବନ୍ଧ କ୍ଳବ ଭିତରେ ଖେଳ ହୋଇଥିବା ବେଳେ ରାନିବନ୍ଧ ୪-୦ ଗୋଲରେ ବିଜୟୀ ହୋଇଥିଲା। ତେବେ କ୍ରୀଷ୍ଣା ଆଦିବାସୀ କ୍ଳବ ପକ୍ଷରୁ ନିର୍ଗୁଣପଡା ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ମାଧ୍ୟମରେ ସ୍ଥାନୀୟ ଆଖପାଖ ଅଞ୍ଚଳର ଫୁଟବଲ ଖେଳାଳିଙ୍କ ଫୁଟବଲ ଖେଳ ପ୍ରତିଭାକୁ ଅଧିକ ବିକଶିତ କରିବାକୁ ନେଇ ପ୍ରୟାସ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଭରିଯାଇଛି ।