ଟେନିସ୍‌ରୁ ଅବସର ନେଲେ ରୋଜର ଫେଡରର, ଖେଳାଳିଙ୍କ ଆଖିରୁ ଲୁହ ଝରିଲା
Khabar Odisha:Sports-tennis-Rroger-Federer-retirement-from-tennis

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ବିଶ୍ୱର ଜଣାଶୁଣା ଟେନିସ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ରୋଜର ଫେଡରର ଅବସର ନେଇିଛନ୍ତି । ୪୧ ବର୍ଷୀୟ ସୁଇଜରଲାଣ୍ଡର ଟେନିସ ଖେଳାଳି ଫେଡରର ନିକଟରେ ସନ୍ୟାସ ନେଇ ଘୋଷଣା କରିଥିଲେ । ସେ ସେପ୍ଟେମ୍ବର ୨୩ ତାରିଖ ରାତି ନିଜ କ୍ୟାରିୟରର ଶେଷ ମ୍ୟାଚ ଖେଳିବା ସହ ଅବସର ନେଇଛନ୍ତି । ତାଙ୍କ ସହିତ ସ୍ପେନର ଟେନିସ ଷ୍ଟାର ରାଫେଲ ନଦାଲ ଥିଲେ । 

ଲଣ୍ଡନରେ ଖେଳାଯାଇଥିବା ମ୍ୟାଚରେ ରୋଜର ଫେଡରର ନିଜର ଶେଷ ମୁକାବିଲାରେ ଜିତିପାରି ନାହାନ୍ତି । ସେ ଆମେରିକାର ଫ୍ରାନସେସ ଟିୟାଫୋ ଓ ଜେକ ସାକଙ୍କୁ ଭେଟିଥିଲେ । ଏଥିରେ ସେ ୪-୬, ୭-୬(୨), ୧୧-୯ରେ ପରାସ୍ତ ହୋଇଥିଲେ । ମ୍ୟାଚ ପରେ ଫେଡରରଙ୍କ ଆବେଗର ସହିତ ବିଦାୟ ହୋଇଛି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କି ଖେଳାଳିଙ୍କ ଆଖିରୁ ଲୁହ ଝରୁଛି । ନାଦାଲଙ୍କ ବ୍ୟତୀତ ସର୍ବିଆର ନୋଭାକ ଜୋକୋଭିକ ମଧ୍ୟ ଏଥିରେ ଦେଖାଯାଇଛନ୍ତି । 

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଦିନ ରୋଜର ଫେଡରର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଅବସର ନେଇ ଘୋଷଣା କରିଛନ୍ତି । ରୋଜର ଫେଡରର ଲଣ୍ଡନରେ ଆୟୋଜନ ହେବାକୁ ଥିବା ଲେବର କପରେ ଶେଷଥର ପାଇଁ ଫୋଫେଶନ ଲେବେଲରେ ଖେଳିବେ ବୋଲି କହିଥିଲେ । ଫେଡରରଙ୍କ ଅବସର ପରେ ବିଶ୍ୱବ୍ୟାପୀ ପ୍ରଶଂସକ ଏବଂ ଟେନିସ ଖେଳାଳି ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

ସ୍ପେନର ଟେନିସ ଖେଳାଳି ରାଫେଲ ନଡାଲ ମଧ୍ୟ ଫେଡରରଙ୍କ ଅବସର ନେଇ ଭାବୁକ ହୋଇଥିଲେ । ସେ ଟୁଇଟ କରି ଲେଖିଥିଲେ ଯେ, ମୋ ପାଇଁ ବ୍ୟକ୍ତିଗତ ଭାବେ ଏବଂ ବିଶ୍ୱବ୍ୟାପୀ ଖେଳ ପାଇଁ ଏକ ଦଖଲର ଦିନ । ଏହି ଦିନଗୁଡ଼ିକ ଆଉ ଫେରିବ ନାହିଁ । ଏହା ବହୁତ ଖୁସିର ଦିନ ଏବଂ ଆପଣଙ୍କ ସହିତ ବିତାଇଥିବା ସମୟକୁ ଭୁଲି ହେବ ନାହିଁ । ଆମେ କୋର୍ଟରେ ଏବଂ ବାହାର ଅନେକ ଥର ଖୁସିର ମୁହୂର୍ତ୍ତ ବିତାଇଛେ । 

 

  • Tags:

Subscribe

National International State Sports Entertainment