ପ୍ରଥମ ଥର ପାଇଁ କୌଣସି ସିରିଜ୍‌ରୁ ଖାଲି ହାତରେ ଫେରିଲେ ବୁମରାହ, ମିଳିଲାନି ଗୋଟିଏ ବି ୱିକେଟ୍‌
Khabar Odisha:Sports-news-fast-bowler-jasprit-bumrah-worst-performance-ever-not-get-single-wicket-in-odi-series
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡ଼ିଶା) :

ବିଶ୍ୱର ଏକ ନମ୍ୱର ୱାନ୍‌ଡେ ବଲୋର ଭାରତର ଜଶପ୍ରୀତ ବୁମରାହ ଆଶ୍ଚର୍ଯ୍ୟ ଜନକ ରୂପେ ନିଜର ଜବରଦସ୍ତ କ୍ୟାରିୟରରେ ପ୍ରଥମ ଥର ପାଇଁ କୌଣସି ସିରିଜ୍‌ରେ ଖାଲି ହାତରେ ରହିଛନ୍ତି । ବୁମରାହ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ସିରିଜରେ କୌଣସି ୱିକେଟ୍‌ ହାସଲ କରିପାରି ନାହାନ୍ତି । ଏହାଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଏହା ଯେ ସେ ଶେଷ ଛଅଟି ଦିନିକିଆରୁ ପାଞ୍ଚଟି ମ୍ୟାଚରେ ୱିକେଟ ହାତେଇବାରେ ବିଫଳ ହୋଇଛନ୍ତି । 

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ବୁମରାହ ହେମିଲ୍‌ଟନରେ 10 ଓଭରରେ 53, ଅକଲାଣ୍ଡରେ 10 ଓଭର 64, ଏବଂ ପାଉଣ୍ଟ ମୋଙ୍ଗାନୁଇରେ 10 ଓଭରରେ 50 ରନ ଦେଇ କୌଣସି ୱିକେଟ ନେଇ ପାରି ନାହାନ୍ତି । ଏହା ପୂର୍ବରୁ ଜାନୁଆରିରେ ଅଷ୍ଟ୍ରେଲିୟା ବିପକ୍ଷ ବେଙ୍ଗାଲୁରୁ ଦିନିକିଆରେ ବୁମରାହ 10 ଓଭରରେ 38 ରନ ଦେଇ କୌଣସି ନେଇ ପାରି ନଥିଲେ । ରାଜକୋଟରେ ଖେଳାଯାଇଥିବା ଅଷ୍ଟ୍ରେଲିୟା ବିପକ୍ଷ ଦ୍ୱିତୀୟ ଦିନିକିଆରେ 32 ରନରେ ଗୋଟିଏ ହାସଲ କରିଥିଲେ । ସେହିପରି ମୁମ୍ୱାଇରେ ପ୍ରଥମ ଦିନିକିଆରେ 50 ରନ ଦେଇ କୌଣସି ୱିକେଟ ନେଇ ପାରି ନଥିଲେ । ଏହିପରି ଦୁନିଆର ଏକ ନମ୍ୱର ଦିନିକିଆ ବଲୋର ଗତ ଦୁଇଟି ସିରିଜ୍‌ର ଅଛଟି ମ୍ୟାଚରେ ମାତ୍ର ଗୋଟିଏ ୱିକେଟ୍‌ ନେଇଛନ୍ତି । ନିଜ କ୍ୟାରିୟରରେ 64 ମ୍ୟାଚ୍‌ରେ 104 ୱିକେଟ୍‌ ନେଇଥିବା ବୁମରାହଙ୍କ ନୈରାଶ୍ୟଜନକ ବୋଲିଂ ପାଇଁ ଭାରତକୁ କ୍ଷତି ସହିବାକୁ ପଡ଼ୁଛି । 

Subscribe

National International State Sports Entertainment