ଆଇପିଏଲ୍‌: ବାଙ୍ଗାଲୋରକୁ ୪ ରନ୍‌ରେ ପରାସ୍ତ କଲା ହାଇଦ୍ରାବାଦ, ଶେଷ ଓଭରରେ ଭୁବନେଶ୍ବରଙ୍କ ପ୍ରଶଂସନୀୟ ବୋଲିଂ
Khabar Odisha:Sports-cricket-Sunrisers-Hyderabad-won-by-4-runs-against-Royal-Challenge-Bangalore

ଆବୁଧାବୀ, ଅକ୍ଟୋବର ୦୭ (ଖବର ଓଡ଼ିଶା): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୨ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ୍‌ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସକୁ ୪ ରନରେ ପରାସ୍ତ କରିଛି। ଆବୁଧାବୀର ଶେଖ ଜାୟେଦ ଷ୍ଟାଡିୟମରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ। କେନ ୱିଲିୟମସନଙ୍କ ଟିମ ୨୦ ଓଭରରେ ୭ଟି ୱିକେଟ ହରାଇ ୧୪୧ ରନ୍‌ କରିଥିଲା। ଜବାବରେ ଆରସିବି ୬ ୱିକେଟରେ ୧୩୭ ରନ୍‌ କରିଥିଲା। 

ଅଧିନାୟକ ବିରାଟ କୋହଲି (୫) ଓ ଦେବଦୂତ୍ତ ପଡ଼ିକ୍କଲ (୪୧) ବାଙ୍ଗାଲୋର ପାଇଁ ୧୪୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲେ। କିନ୍ତୁ ଦଳର ଅଧିକାଶ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଦେବଦତ୍ତ ଓ ଗ୍ଲେନ ମେକ୍ସୱେଲ (୪୦)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ବ୍ୟକ୍ତିଗତ ଭାବେ ୨୦ ରନ୍‌ ସଂଗ୍ରହ କରିପାରି ନଥିଲେ। ଶେଷ ଓଭରରେ ଭୁବନେଶ୍ବର କୁମାର ଚମତ୍କାର ବୋଲିଂ କରିଥିଲେ। ଫଳରେ ବାଙ୍ଗାଲୋର ରସ୍‌ ସଂଗ୍ରହ କରିପାରି ନଥିଲା। 

 

  • Tags:

Subscribe

National International State Sports Entertainment