ଆଇପିଏଲ: କୋଲକାତା ବିପକ୍ଷରେ ବିଜୟ ପରେ ରୋହିତ ଶର୍ମା କହିଲେ ରଣନୀତି କରିଥିଲୁ
Khabar Odisha:Sports-cricket-Rohit-Sharma-told-that-they-used-Jasprit-Bumrah-against-KKR-batsman-Andre-Russell-to-get-him

ଆବୁଧାବୀ, ଅକ୍ଟୋବର ୧୭ (ଖବର ଓଡ଼ିଶା): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ବିଜୟ ଅଭିଯାନ ଜାରି ରଖିଛି । କୋଲକାତା ବିପକ୍ଷରେ ଖେଳାଯାଇଥିବା ଶୁକ୍ରବାର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮ୱିକେଟରେ ବିଜୟୀ ହୋଇଛି । ଏହା ଥିଲା ମୁମ୍ବାଇର ୮ଟି ମ୍ୟାଚରୁ ୬ଷ୍ଠ ବିଜୟ । ଚଳିତ ସଂସ୍କରଣରେ ମୁମ୍ବାଇ ଦ୍ୱିତୀୟ ଥର କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ଦମଦାର ବୋଲିଂ ଓ ବ୍ୟାଟିଂ ବଳରେ ମୁମ୍ବାଇ ଏହି ବିଜୟ ହାସଲ କରିଛି । ମୁମ୍ବାଇର ଓପନର ତଥା ଅଧିନାୟକ ରୋହିତ ଶର୍ମା ୩୫ ରନ ଓ କ୍ୱିଣ୍ଟନ ଡି କକ ଅପରାଜିତ ୭୩ ରନ କରିଥିଲେ । ସେହିପରି ଦଳ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୧ ରନ ଓ ସୂର୍ଯ୍ୟକୁମାର ୧୦ ରନ ଯୋଗଦାନ ଦେଇଥିଲେ । ମୁମ୍ବାଇକୁ ୧୪୮ ରନର ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ଟିମ ୧୬.୫ ଓଭରରେ ୨ଟି ୱିକେଟ ହରାଇ ୧୪୯ ରନ କରିଥିଲା । 

ମ୍ୟାଚ ବିଜୟ ପରେ ରୋହିତ ଶର୍ମା ପୁରସ୍କାର ବିତରଣୀ ସମାରୋହରେ କହିଥିଲେ, ଲକ୍ଷ୍ୟ ପଛରେ ଗୋଡେଇ ମ୍ୟାଚ ଜିତିବାର ଅନୁଭୂତି ସ୍ୱତନ୍ତ୍ର । କାରଣ ପଛରେ ବ୍ୟାଟିଂ କରି ମ୍ୟାଚ ଜିତିବାକୁ ହେଲେ ସ୍ୱତନ୍ତ୍ର ରଣନୀତି କରିବାକୁ ପଡିଥାଏ, ଯାହାକି ଆମେ କୋଲକାତା ବିପକ୍ଷରେ କରିଥିଲୁ । ଆମେ ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲୁ । ଆରମ୍ଭରୁ ଆମେ ଭଲ ପ୍ରଦର୍ଶନ କରିଥିଲୁ । ଏଥିପାଇଁ ଆମେ ରଣନୀତି ମଧ୍ୟ କରିଥିଲୁ । 

ଅଧିନାୟକ ରୋହିତ ଶର୍ମା ରସେଲଙ୍କୁ ଆଉଟ କରିବା ଲାଗି ରଣନୀତି କରିଥିଲୁ ବୋଲି କହିଛନ୍ତି । କୃଣାଳ ଓ ରାହୁଲ ରସେଲଙ୍କୁ ବୋଲିଂ କରିଥିଲେ । କିନ୍ତୁ ମୁଁ ଭାବିଥିଲି ଯଶପ୍ରୀତ ବୁମାର ହିଁ ରସେଲଙ୍କୁ ବୋଲିଂ କଲେ ଭଲ ହେବ । କ୍ୱିଣ୍ଟନ ଡି କକଙ୍କ ପ୍ରଶଂସା କରିଛନ୍ତି ରୋହିତ । ସେ ଆରମ୍ଭରୁ ଭଲ ଖେଳୁଥିଲେ । ତାଙ୍କୁ ଖେଳିବାକୁ ଦିଆଯାଇଥିଲା । ପାଖାପାଖି ୬ ମାସ ହେବ ଖେଳାଳିମାନେ ଖେଳି ନଥିବାରୁ ଭୋକିଲା ଥିଲେ । 

 

  • Tags:

Subscribe

National International State Sports Entertainment