ଇଂଲଣ୍ଡ, ଜୁନ୍ ୨୬ (ଖବର ଓଡ଼ିଶା): ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ପାଇଁ କରୋନା କାଳ ଭାବେ ଛିଡ଼ାହୋଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର (ଜୁନ ୨୫)ରେ ହୋଇଥିବା ରାପିଡ ଆଣ୍ଟିଜେନ ଟେଷ୍ଟରେ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟୁଇଟ କରି ଏହି ସୂଚନା ଦେଇଛି ।
ବିସିସିଆଇ ଲେଖିଛି ଯେ, ଅଧିନାୟକ ରୋହିତ ଶର୍ମା ଶନିବାର ଆୟୋଜିତ ରାପିଡ ଆଣ୍ଟିଜେନ ଟେଷ୍ଟରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ ଟିମ୍ ହୋଟେଲରେ ଆଇସୋଲେଶନରେ ଅଛନ୍ତି । ବିସିସିଆଇର ମେଡିକାଲ ଟିମ ତାଙ୍କ ଉପରେ ନଜର ରଖୁଛନ୍ତି ।
ସୂଚନାଯୋଗ୍ୟ, ରୋହିତ ଶର୍ମା ଲିସେଷ୍ଟରଶାୟର ବିପକ୍ଷରେ ଭାରତୀୟ ଟିମ୍ର ଅଭ୍ୟାସ ମ୍ୟାଚରେ ସାମିଲ ଥିଲେ । କିନ୍ତୁ ସେ ତୃତୀୟ ଦିନରେ ଖେଳ ସମୟରେ ଭାରତ ପାଇଁ ବ୍ୟାଟିଂ କରିବାକୁ ଆସି ନଥିଲେ । ପ୍ରଥମ ଦିନ ସେ ବ୍ୟାଟିଂ କରିବାକୁ ଆସିଥିଲେ । ଆଉଟ ହେବା ପୂର୍ବରୁ ୨୫ ରନ୍ କରିଥିଲେ ।