୨୩ ବର୍ଷୀୟ ରଶିଦ୍ ଖାନ୍‌ଙ୍କ ଟି୨୦ରେ ବିରାଟ ରେକର୍ଡ
Khabar Odisha:Sports-cricket-Rashid-Khan-Gujarat-Titans-bowler-450-wickets-records-in-T20-cricket

ମୁମ୍ବାଇ, ମେ ୧୧ (ଖବର ଓଡ଼ିଶା): ଗୁଜରାଟ ଟାଇଟନ୍ସର ଲେଗ୍ ସ୍ପିନର ରଶିଦ୍ ଖାନ ମଙ୍ଗଳବାର ଆଇପିଏଲ୍‌ରେ ଲଖନଉ ସୁପର ଜ୍ୟାଣ୍ଟବିରୋଧରେ ଚମକିଛନ୍ତି । ରଶିଦ୍ ଖାନ୍ ଲଖନଉର ଦୁର୍ଗ ଭାଙ୍ଗିଥିଲେ । ସେ ୩.୫ ଓଭର ବୋଲିଂ କରି ୨୪ ରନ୍ ଦେଇଥିଲେ । କିନ୍ତୁ ରସିଦ୍ ୪ଟି ୱିକେଟ ନେଇ ଲଖନଉକୁ ଦୁର୍ବଳ କରିଦେଇଥିଲେ । 

ଆଫଗାନିସ୍ତାନର ୨୩ ବର୍ଷୀୟ ସ୍ପିନର ରଶିଦ ଖାନ ନିଜର ଏହି ଧମାକାଦାର ପ୍ରଦର୍ଶନ ବଳରେ ଟି୨୦ କ୍ରିକେଟ୍‌ରେ ଏକ ବିରାଟ ରେକର୍ଡ କରିଛନ୍ତି । ରଶିଦ୍ ଖାନ ଏହି ରେକର୍ଡ ସୃଷ୍ଟି କରି ବିଶ୍ୱ କ୍ରିକେଟରେ ଚମକିଛନ୍ତି । ରଶିଦ ଖାନ ଟି୨୦ କ୍ରିକେଟରେ ସର୍ବାଧିକ ୱକେଟ ନେବା ମାମଲାରେ ୩ୟ ବୋଲର ହୋଇପାରିଛନ୍ତି । ସେ ୪୫୦ ୱିକେଟ ପୂରଣ କରିଛନ୍ତି । ଡ୍ୱେନ୍ ବ୍ରାଭୋ ୫୮୭ ଓ ଇମ୍ରାନ୍ ତାହିରି ୪୫୧ଟି ୱିକେଟ ନେଇଛନ୍ତି । 

ଆଇପିଏଲ୍‌-୨୦୨୨ର ୫୭ତମ ମ୍ୟାଚରେ ରଶିଦ୍‌ଙ୍କ ବ୍ୟତୀତ ଗୁଜରାଟର ଅନ୍ୟ ବୋଲରୟଶ ଦୟାଲ ଓ ରବିଶ୍ରୀନିବାସ ସାଈ କିଶୋରଙ୍କୁ ୨-୨ଟି ୱିକେଟ ମିଳିଥିଲା । ଦ୍ରୁତ ବୋଲର ମହମ୍ମଦ ସାମି୍ ଗୋଟିଏ ୱିକେଟ୍ ନେଇଥିଲେ ।  

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୭ତମ ମ୍ୟାଚ୍ ପୁନେସ୍ଥିତ ମହରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମ୍‌ରେ ଉଭୟ ଲଖନଉ ଓ ଗୁଜରାଟ ଶକ୍ତି ପ୍ରଦର୍ଶନ କରିଥିଲେ । ଗୁଜରାଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ୍ ହରାଇ ୧୪୪ ରନ୍ କରିଥିଲା ।  ୧୪୫ ରନ୍‌ର ବିଜୟ ଲକ୍ଷ ନେଇ ଲଖନଉ ପଡିଆକୁ ଓହ୍ଲାଇଥିଲା । କିନ୍ତୁ ଦଳ ୧୩.୫ ଓଭରରେ ସମସ୍ତ  ୱିକେଟ ହରାଇ ୮୨ ରନ୍‌ରେ ଅଟକି ଯାଇଥିଲା । 

 

  • Tags:

Subscribe

National International State Sports Entertainment