ସିଡନୀ, ଜାନୁଆରୀ ୧୧ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ରବିବାର ଅନ୍ତିମ ଦିନରେ ଜାରି ରହିଛି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିଣି ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା । ଶେଷ ରିପୋର୍ଟ ଲେଖାଯିବା ବେଳକୁ ଭାରତ ନିଜର ୨ୟ ପାଳିରେ ୩ଟି ମୂଲ୍ୟବାନ ୱିକେଟ ହରାଇ ୨୨୭ ରନ୍ ସଂଗ୍ରହ କରିଛି । ଏଥି ସହିତ ଦଳ ଅଷ୍ଟ୍ରେଲିଆ ଠାରୁ ୧୮୦ ରନ ପଛରେ ରହିଛି ।
ଓପନର ରୋହିତ ଶର୍ମା ୫୨ ରନ, ଶୁମନ ଗିଲ ୩୨ ରନ ଓ ଆଜିଙ୍କ୍ୟ ରାହାଣେ ୪ ରନ କରି ଆଉଟ ହୋଇଥିବା ବେଳେ ଚେତେଶ୍ୱର ପୂଜାର ୫୨ ରନ ଓ ଋଷଭ ପନ୍ତ ୮୦ ରନ ଯୋଡ଼ିବା ସହ କ୍ରିଜରେ ଅଛନ୍ତି ।
ଅଷ୍ଟ୍ରେଲିଆ ନିଜର ପ୍ରଥମ ପାଳିରେ ୩୩୮ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୨୪୪ ରନରେ ସମସ୍ତ ୱିକେଟ ହରାଇଥିଲା । ଅଷ୍ଟ୍ରେଲିଆ ଦଳ ୨ୟ ଇନିଂସରେ ୬ଟି ୱିକେଟ ହରାଇ ୩୧୨ କରିଥିଲା ଏବଂ ପାଳି ଘୋଷଣା କରିଥିଲା । ଡାଭିଡ ୱାର୍ଣ୍ଣର ୧୩ ରନ, ୱିଲ ପୁକୋଭସ୍କି ୧୦ ରନ, ମାର୍ନୁସ ଲବୁସଚେଞ୍ଜ ୭୩ ରନ, ମ୍ୟାଥୁ ୱାଡେ ୪ ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୮୧ ରନ, ଗ୍ରୀନ ୪୦ ଓ ପେନ ଅପରାଜିତ ୩୯ ରନ କରିଥିଲେ ।