୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଭାରତୀୟ ଟିମ ସହ ଲଢ଼ିଲେ ବାଂଲାଦେଶ ଖେଳାଳି, କ୍ଷମା ମାଗିଲେ ଅଧିନାୟକ
Khabar Odisha:Sports-cricket-India-and-Bangladesh-players-ugly-spat-after-under-19-world-cup-final-match

ନୂଆଦିଲ୍ଲୀ, ଫେବୃଆରୀ ୧୦ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକାରେ ରବିବାର ଶେଷ ହୋଇଥିବା ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚରେ ବାଂଲାଦେଶ ୩ ୱିକେଟରେ ଭାରତକୁ ପରାସ୍ତ କରିଛି । କିନ୍ତୁ ପ୍ରଥମ ଥର ବିଶ୍ୱକପ ଚାମ୍ପିଅନ ହୋଇଥିବା ଦଳ ବିଜୟ ନାଁରେ ନିଜକୁ ନିୟନ୍ତ୍ରିତ କରିପାରି ନାହି । ଫିଲ୍ଡିଂ ସମୟରେ ଉତ୍ସାହ ଦେଖାଯାଇଥିବା ବାଂଲାଦେଶୀ ଖେଳାଳିମାନେ ଅନେକ ସମୟରେ ଆକ୍ରମଣାତ୍ମକ ଦେଖାଯାଇଛନ୍ତି । ସେମାନେ ଭାରତୀୟ ଖେଳାଳିଙ୍କ ସମ୍ମୁଖକୁ ଯାଇ, ଗାଳିଗୁଳଜ କରିଥବା ମଧ୍ୟ ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଭୟ ଟିମର ଖେଳାଳିଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛି । ମାତ୍ର ବାଂଲାଦେଶର ଅଧିନାୟକ ଶେଷରେ କ୍ଷମା ମାଗିଛନ୍ତି ।  

କ୍ରିକେଟ ବିଶ୍ୱକପରେ ବିଜୟ ସ୍ପପ୍ନ ପୂରା ହେବା ନେଇ ବାଂଲାଦେଶ ଅଧିନାୟକ ଆକବର ଅଲି ନିଜର ଟିମର ଖେଳାଳିଙ୍କ ବ୍ୟବହାରକୁ ନେଇ ଅବଶୋଷ ବୋଲି କହିଛନ୍ତି । ସେ କହିଛନ୍ତି କି, ଯାହା ହୋଇଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । ମ୍ୟାଚ ସମୟରେ ନିଜର ଦ୍ରୁତ ବୋଲର ଶୋରିଫୁଲ ଇସଲାମ ଫିଲ୍ଡିଂ କରିବା ସମୟରେ ବାଂଲାଦେଶର ଖେଳାଳି ସାମାନ୍ୟ ଆକ୍ରମଣାତ୍ମକ ଦେଖାଯାଇଥିଲେ । ପ୍ରତି ବଲ ପରେ କିଛି ନା କିଛି ଟିପ୍ପଣୀ କରୁଥିଲେ । ଏପରିକି ବାଂଲାଦେଶ ବିଜୟର ଦ୍ୱାରରେ ପହଞ୍ଚି ଥିବା ବେଳେ ମଧ୍ୟ ଟିପ୍ପଣୀ କରୁଥିଲେ । ବିଜୟ ପରେ ଖେଳାଳିମାନେ ଯାହା କରିଛନ୍ତି, ତାକୁ ତୀବ୍ର ନିନ୍ଦା କରାଯାଉଛି । 

 

  • Tags:

Subscribe

National International State Sports Entertainment