ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗ୍‌ସର ବଡ଼ ବିଜୟ, ଦିଲ୍ଲୀ କ୍ୟାପିଟାଲ୍ସ ୯୧ ରନ୍‌ରେ ପରାସ୍ତ
Khabar Odisha:Sports-cricket-Chennai-Super-Kings-won-by-91-runs-against-Delhi-Capitals

ମୁମ୍ବାଇ, ମେ ୦୯ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୫ତମ ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍‌ସ ଜିତିଛି । ସ୍ଥାନୀୟ ଡ. ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୬ ୱକେଟ୍ ବିନିମୟରେ ୨୦୮ ରନ୍ ସଂଗ୍ରହ କରିଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୭.୪ ଓଭରରେ ଅଲ୍‌ଆଉଟ୍ କରିଥିଲା । ଦିଲ୍ଲୀ ୧୧୭ ରନ୍ କରିବା ସହ ଏହି ମ୍ୟାଚ୍‌କୁ ୯୧ ରନ୍‌ରେ ହାରିଥିଲା । 

ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ । ଦଳ ପ୍ରଥମେ ଭଲ ବ୍ୟାଟିଂ କରିଥିଲା । ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକ୍ୱାଡ ଓ ଡାୱେନ୍ କନୱେ ପ୍ରଥମ ୱିକେଟ୍ ପାଇଁ ୧୧୦ ରନ୍ କରିଥିଲେ । ଋତୁରାଜ ୩୩ଟି ବଲ୍ ସାମ୍ନା କରି ୪୧ ରନ୍ କରିଥିଲେ । ଏଥିରେ ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । କନ୍‌ୱେ ୪୯ଟି ବଲ୍ ଖେଳି ୮୭ ରନ୍ ଯୋଡ଼ିଥିଲେ । ଏଥିରେ ୭ଟି ଚୌକା ଓ ୫ଟି ଛକା ସାମିଲ ଥିଲା । ଶିଭମ ଦୁବେ ୩୨ ରନ୍ ଓ ମହେନ୍ଦ୍ର ସିଂହ ଧୋନୀ ଅପରାଜିତ ୨୧ ରନ୍ କରିଥିଲେ । ଚେନ୍ନାଇର ବୋଲରମାନେ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ମୋଇନ ଅଲୀ ୩ ୱିକେଟ ନେଇଥିଲେ । ମୁକେଶ ଚୌଧୁରୀ, ସିମରଜିତ ସିଂହ ଓ ଡ୍ୱେନ୍ ବ୍ରାଭୋ ୨-୨ ୱିକେଟ ନେଇଥିଲେ । ମହୀଶ ତିକିଷ୍ଣାଙ୍କୁ ଗୋଟିଏ ୱିକେଟ ମିଳିଥିଲା । 

ଦିଲ୍ଲୀ ପାଇଁ ମିଚେଲ ମାର୍ସ ସର୍ବାଧିକ ୨୫ ରନ୍ କରିଥିଲେ । ସେହିପରି ଶାର୍ଦ୍ଦୁଲ ଠାକରୁ ୨୪ ରନ୍‌, ଅଧିନାୟକ ଋଷଭ ପନ୍ତ ୨୧ ରନ୍ ଓ ଡେଭିଡ ୱାର୍ଣ୍ଣର ୧୯ ରନ୍ କରିଥିଲେ । 

 

  • Tags:

Subscribe

National International State Sports Entertainment