ଗୁଆହାଟୀ, ଅକ୍ଟୋବର ୦୩ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଗୁଆହାଟୀରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୨ୟ ଟି-୨୦ରେ ରନ୍ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ସେ ୧୮ଟି ବଲ୍ ଖେଳି ଅର୍ଦ୍ଧଶତକ ପୂରା କରିଥିଲେ, ଯାହାକି ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଯୁଗ୍ମଭାବେ ଦ୍ୱିତୀୟ ଦ୍ରୁତଗତିର ଅର୍ଦ୍ଧଶତକ । ସୂର୍ଯ୍ୟକୁମାର ଯାଦବ ଏହି ପାଳିରେ ଏକାଧିକ ରେକର୍ଡ କରିଛନ୍ତି, ଯେଉଁଥି ପାଇଁ ବ୍ୟାଟର ସ୍ୱପ୍ନ ଦେଖନ୍ତି । ସୂର୍ଯ୍ୟକୁମାର ଯାଦବ ଭାରତର ବିଜୟରେ ମାଇଲ ଖୁଣ୍ଟ ସ୍ଥାପନ କରିଥଲେ କହିଲେ କିଛି ଭୁଲ ହେବ ନାହିଁ ।
ସୂର୍ଯ୍ୟକୁମାର ଗୁଆହାଟୀ ଟି-୨୦ରେ ୬୧ ରନ୍ ସଂଗ୍ରହ କରିଥିଲେ । ସେ ଏହି ପାଳରେ ମୋଟ ୨୨ଟି ବଲ୍ ସାମ୍ନା କରିଥିଲେ । ଏଥିରେ ୫ଟି ଚୌକା ଓ ୫ଟି ଛକା ମଧ୍ୟ ମାରିଥିଲେ । ସେ ୨୮୦ ଷ୍ଟ୍ରାଇକ ହାରରେ ରନ୍ ସଂଗ୍ରହ କରିଥିଲେ । ୧୯ତମ ଓଭରରେ ବିରାଟ କୋହଲିଙ୍କ ସହିତ ଦ୍ୱନ୍ଦ୍ୱରେ ପଡ଼ି ସେ ରନ୍ଆଉଟ୍ ହୋଇଥିଲେ । କିନ୍ତୁ ଆଉଟ ହେବା ପୂର୍ବରୁ ଭାରତୀୟ ଟିମ୍କୁ ଏକ ଉଚ୍ଚସ୍ଥାନକୁ ନେଇସାରିଥିଲେ ।
ଟି-୨୦ରେ ଭାରତ ପାଇଁ ସର୍ବାଧିକ ଦ୍ରୁତଅର୍ଦ୍ଧଶତକ
-ଯୁବରାଜ ସିଂହ: ୧୨ ବଲ୍ (୨୦୦୭)
-କେଏଲ୍ ରାହୁଲ୍ୟ୧୮ ବଲ୍ (୨୦୨୧)
-ସୂର୍ଯ୍ୟକୁମାର ଯାଦବ: ୧୮ ବଲ୍ (୨୦୨୨)
-ଗୌତମ ଗଂଭୀର: ୧୯ ବଲ୍ (୨୦୦୯)
-ଯୁବରାଜ ସିଂହ: ୨୦ ବଲ୍ (୨୦୦୭)
-ଯୁବରାଜ ସିଂହ: ୨୦ ବଲ୍ (୨୦୦୯)
ଏତଦ ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଗିରେ ୧୦୦୦ ରନ୍ ପୂରଣ କରିଛନ୍ତି । ସେ ମୋଟ ୫୭୩ଟି ବଲ୍ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି । ଗ୍ଲେନ ମେକ୍ସୱେଲ ୬୦୪ ଓ କୋଲିନ ମୁନରୋ ୬୩୫ଟି ବଲ ଖେଳି ୧୦୦୦ ରନ୍ ପୂରଣ କରିଥିଲେ ।
ସେହିପରି ୧୦୦୦ ରନ୍ ପୂରଣ କରିବା ପାଇଁ ବିରାଟ କୋହଲିଙ୍କୁ ୨୭ଟି ଓ କେଏଲ୍ ରାହୁଲଙ୍କୁ ୨୯ଟି ପାଳି ଖେଳିବାକୁ ପଡ଼ିଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ୩୧ଟି ପାଳି ଖେଳିବାକୁ ପଡ଼ିଛି ।