ଭାରତୀୟ ଦଳ ଓ୍ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଖରାପ। ଆହତ କାରଣରୁ ସେ ଅସୁସ୍ଥ ହୋଇଥିବା ଜଣାପଡିଛି । ଡାକ୍ତରୀ ଦଳର ପରାମର୍ଶ ପରେ ସଂପ୍ରତି ପନ୍ତଙ୍କୁ ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି। ଡିସେମ୍ୱର ୧୪ରୁ ଚିଟ୍ଟୋଗ୍ରାମରେ ପ୍ରଥମ ଟେଷ୍ଟ ଖେଳାଯିବ।କିନ୍ତୁ ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ଦିନିକିଆ ଦଳରେ ସାମିଲ କରାଯିବନି ବୋଲି ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ତେବେ ଏକ ଦିନିକିଆ ସିରିଜରୁ ବାହାରେ ଥିବା ମହମ୍ମଦ ଶାମି ଟେଷ୍ଟ ସିରିଜ୍ ଖେଳିବାକୁ ସକ୍ଷମ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।