ଟିମରେ ସ୍ଥାନ ପାଇବା ପାଇଁ ଦିନେ ମୋ ବାପାଙ୍କୁ ମଧ୍ୟ ଲାଞ୍ଚ ମଗାଯାଇଥିଲା - ବିରାଟ କୋହଲୀ
Khabar Odisha:One-day-my-father-was-also-bribed-to-get-a-place-in-the-team---Virat-Kohli
ନୂଆଦିଲ୍ଲୀ, ମେ ୧୮ (ଖବର ଓଡ଼ିଶା):

ଅନ୍ତର୍ଜାତୀୟ କ୍ରିକେଟରେ ରନ୍ ଏବଂ ଶତକ ହାସଲ କରିବାର ଅନେକ ରେକର୍ଡ ସୃଷ୍ଟି କରିଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯେତେବେଳେ ବି ପଡ଼ିଆରେ ଅବତରଣ କରନ୍ତି ସେ ନିଶ୍ଚୟ କୌଣସି ନା କୌଣସି ନୂତନ ଏକ ରେକର୍ଡ ସୃଷ୍ଟି କରନ୍ତି କିମ୍ବା ଭାଙ୍ଗନ୍ତି।

ନିଜର ଉତ୍କୃଷ୍ଟ ବ୍ୟାଟିଂ ଆଧାରରେ ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଗଣାଯାଉଥିବା ବିରାଟ କୋହଲି ବର୍ତ୍ତମାନ ଏକ  ଆଶ୍ଚର୍ଯ୍ୟଜନକ ଘଟଣା ଉପରୁ ପରଦା ହଟାଇଛନ୍ତି ।

ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ କୋହଲି କହିଛନ୍ତି ଯେ ଦିନେ ତାଙ୍କର ରାଜ୍ୟ ଦଳରେ ଚୟନ କରାଇଦେବା ପାଇଁ ତାଙ୍କ ପିତାଙ୍କଠାରୁ ଜଣେ ବ୍ୟକ୍ତି ଲାଞ୍ଚ ମାଗିଥିଲେ।

କୋହଲି କହିଛନ୍ତି ଯେ ସେ ସମୟରେ ଭଲ ପ୍ରଦର୍ଶନ କରୁଥିଲେ, କିନ୍ତୁ ଥରେ ରାଜ୍ୟ କ୍ରିକେଟର କେହି ଜଣେ ବ୍ୟକ୍ତି( କୋହଲି ଏଠାରେ ତାଙ୍କ ନାମ ପ୍ରକାଶ କରିନଥିଲେ) ତାଙ୍କ ପିତାଙ୍କ ନିକଟକୁ ଆସି କହିଥିଲା ଯେ ଚୟନରେ କୌଣସି ଅସୁବିଧା ନାହିଁ।

କୋହଲି କହିଛନ୍ତି, 'ସେହି ବ୍ୟକ୍ତି ମୋ ବାପାଙ୍କୁ କହିଥିଲା ଯେ ଚୟନ ପାଇଁ କିଛି ଅତିରିକ୍ତ କରିବାକୁ ହେବ। ସେ କ’ଣ ମାଗୁଛନ୍ତି ମୁଁ ଠିକ ବୁଝିପାରିଥିଲି | ପ୍ରକୃତରେ ସେହି ବ୍ୟକ୍ତି ଲାଞ୍ଚ ମାଗୁଥିଲେ ବୋଲି ମୋ ବାପା ବି ଜାଣିଯାଇଥିଲେ ।

କୋହଲି କହିଛନ୍ତି ଯେ ତାଙ୍କ ପିତା ଜଣେ ଓକିଲ ଥିଲେ ଓ ତାଙ୍କୁ ଓକିଲ ହେବା ପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡିଥିଲା ଏବଂ ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ଏଭଳି କଥା ମାନନ୍ତି ନାହିଁ । କୋହଲି କହିଛନ୍ତି ଯେ ଏହା ପରେ ମୋ ବାପା ଯାଇଁକି ମୁଁ ଖେଳୁଥିବା ଦଳର କୋଚଙ୍କୁ ସାକ୍ଷାତ କରିଥିଲେ କହିଥିଲେ ମୋ ପୁଅ ଯେତିକି ଖେଳିପାରିବ ଖେଳୁ ହେଲେ ଏଭଳି କରି ମୁଁ ତାକୁ ଖେଳାଇ ଦେବିନି।

  • Tags:

Subscribe

National International State Sports Entertainment