ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରୁ ନୀରଜ ଚୋପ୍ରା ଭାରତର ବ୍ୟାଗ୍ରେ ପ୍ରଥମ ରୌପ୍ୟ ପଦକ ଦେଇଛନ୍ତି। ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ଏହା ପ୍ରଥମ ରୌପ୍ୟ ପଦକ ଉପଲବ୍ଧି। ନୀରଜଙ୍କ ସଫଳତା ସହିତ ଭାରତର ପଦକ ସଂଖ୍ୟା ବଢ଼ିଛି। ପୂର୍ବରୁ ୩ଟି ପଦକ (ବ୍ରୋଞ୍ଜ) ଆସିଥିବା ବେଳେ ନୀରଜ ଏହାକୁ ୪ରେ ବୃଦ୍ଧି କରିଛନ୍ତି। ଗୁରୁବାର ରାତିରେ ଖେଳାଯାଇଥିବା ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ପ୍ୟାରିସରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେ ଏଥିରୁ ବଞ୍ଚିତ ହୋଇଥିଲେ ଏବଂ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନଦୀମ। ନୀରଜ ୮୯.୪୫ ମିଟର ଜାଭଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି।
ଏହା ସହ ନୀରଜ ଭାରତର ଚତୁର୍ଥ ଖେଳାଳି ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ସୁଶୀଲ କୁମାର, ପିଭି ସିନ୍ଧୁ ଓ ମନୁ ଭାକର ଏହି କାମ କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେବେ ବୋଲି ସମଗ୍ର ଦେଶ ଆଶା କରିଥିଲା। କିନ୍ତୁ ଯଥାସମ୍ଭବ ଚେଷ୍ଟା କରିବା ପରେ ମଧ୍ୟ ସେ ଏଥିରେ ବିଫଳ ହୋଇଥିଲେ।
ପ୍ରଥମ ପ୍ରୟାସ ବିଫଳ ହେବାରୁ ନୀରଜ ଏହି ପଦକ ଜିତିଥିଲେ। ପ୍ରଥମ ପ୍ରୟାସରେ ତାଙ୍କୁ ଫାଉଲ୍ କରାଯାଇଥିଲା। ଏହି ସମୟରେ ନଦୀମ ଦମଦାର ଥ୍ରୋ ଦେଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ନୀରଜ ଦ୍ୱିତୀୟ ପ୍ରୟାସରେ ୮୯.୪୫ ପଏଣ୍ଟ ଦେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ନୀରଜଙ୍କ ଉପରେ ନଦୀମଙ୍କ ଥ୍ରୋକୁ ଅତିକ୍ରମ କରିବା ପାଇଁ ଚାପ ଏବଂ ତତ୍ପରତା ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ସେଥିପାଇଁ ସେ ଫାଉଲ୍ କରିଥିଲେ।
ନୀରଜଙ୍କ ମାତ୍ର ଗୋଟିଏ ପ୍ରୟାସ ସଫଳ ହୋଇଥିଲା। ବାକି ୫ଟିରେ ସେ ଫାଉଲ୍ କରିଥିଲେ। ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୮.୫୪ ହାରରେ ଥ୍ରୋ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।