ବିଶ୍ୱବିଜୟୀ ଭାରତୀୟ ଟିମ୍କୁ ସ୍ୱାଗତ ପାଇଁ ଆଜି ମୁମ୍ବାଇ ଜନସମୁଦ୍ର ପାଲିଟିଛି। ମୁମ୍ବାଇ ମେରାଇନ୍ ଡ୍ରାଇଭ୍ ରୋଡ୍ର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଲୋକଙ୍କ ସମାଗମ ଲାଗିଥିଲା । ଟିମ୍ ଇଣ୍ତିଆକୁ ସ୍ୱାଗତ କରିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଆଜି ସନ୍ଧ୍ୟାରେ ମୁମ୍ବାଇରେ ଚାଲିଛି ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଛନ୍ତି।
ଫ୍ୟାନ୍ସ ମାନେ ଖୁସିରେ ବିଭୋର ହୋଇ ଖେଳାଳି ମାନଙ୍କୁ ସ୍ୱାଗତ କରିଥିଲେ । କିଏ କହୁଥିଲା କଙ୍ଗ୍ରାଜୁଲେସନ ତ କିଏ କହୁଥିଲା ଲଭ ୟୁ ଟିମ ଇଣ୍ଡିଆ । ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ହୋଇଥିଲା।