ପୂରଣ ହେଲା ମହମ୍ମଦ ଆଝାରୁଦ୍ଦିନଙ୍କ ପ୍ରଥମ ସ୍ୱପ୍ନ
Khabar Odisha:Muhammad-Azharuddins-first-dream-came-true
ନୂଆଦିଲ୍ଲୀ, ଫେବୃଆରୀ ୨୧ (ଖବର ଓଡ଼ିଶା):

ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ବିପକ୍ଷରେ ମାତ୍ର ୩୭ ବଲରୁ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ କେରଳ ଓପନର ମହମ୍ମଦ ଆଝାରୁଦ୍ଦିନ । ଏହା ପରେ ସେ ତାଙ୍କ ଜୀବନରେ ପାଂଚୋଟି ଲକ୍ଷ୍ୟ ଥିବା କଥା ପେପରରେ ଲେଖି ସୋସିଆଲ ମିଡିଆରେ ଛାଡିଥିଲେ । ଯେଉଁଥିରେ ଆଇପିଏଲ ଖେଳିବା, ଗୋଟିଏ ରଣଜୀ ସିଜିନରେ ଚାରୋଟି ଶତକ ମାରିବା , ନିଜର ଘର ଏବଂ ଗାଡି କିଣିବା ସହ ୨୦୨୩ କ୍ରିକେଟ ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିବା ଆଦି ରହିଥିଲା । ତେବେ ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ନିଲାମରେ ଆଝାରୁଦ୍ଦିନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ବାଙ୍ଗାଲୋର । ଫଳରେ ଆଇପିଏଲରେ ଅଂଶ ଗ୍ରହଣ କରିବା ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ଅନ୍ୟପକ୍ଷରେ ଆରୋନ ଫିଂଚ ଆଉ ଆରସିବି ଦଳରେ ନାହାନ୍ତି । ଦଳରେ ଦେବଦତ୍ତ ପାଡିକଲ ଏକମାତ୍ର ଓପନର ଥିବା ବେଳେ ଆଝାରୁଦ୍ଦିନଙ୍କ ଖେଳିବା ସମ୍ଭାବନା ବେଶି ରହିଛି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ତାଙ୍କର ଅନ୍ୟ ସ୍ୱପ୍ନ ସବୁ ପୂରଣ ହେଉଛି ନା ନାହିଁ । 

  • Tags:

Subscribe

National International State Sports Entertainment