ଆଜିଠୁ କଟକରେ ଲିଜେଣ୍ଡ ଲିଗ୍ କ୍ରିକେଟ୍, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ବନାମ ଭିଲୱାରା କିଙ୍ଗ୍ସ କଟକ,ସେପ୍ଟେମ୍ବର ୨୬(ଖବର ଓଡିଶା): Share story: ଆଜିଠୁ କଟକରେ ଆରମ୍ଭ ହେବ ଲିଜେଣ୍ଡ ଲିଗ୍ କ୍ରିକେଟ୍। କଟକରେ ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ବନାମ ଭିଲୱାରା କିଙ୍ଗ୍ସ । ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ୍ ଓ୍ୱାଟସନଙ୍କ ପରି ଖେଳାଳି ଅଛନ୍ତି । ସେହିପରି ମଣିପାଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୁରଲୀଧରନଙ୍କ ପରି ଖେଳାଳୀ ଅଛନ୍ତି । ଗତକାଲିଠୁ ଦୁଇଟି ଯାକ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ୨୭ ଓ ୨୯ ତାରିଖରେ ମଧ୍ୟ ଖେଳାଯିବ ଆଉ ଦୁଇଟି ମ୍ୟାଚ୍ । ୨୭ରେ ଭିଲଓ୍ୱାରା କିଙ୍ଗସ୍ ବନାମ ଗୁଜୁରାଟ ଜାଏଣ୍ଟସ୍ । ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ ଏବଂ ମଣିପାଲ ଟାଇଗର୍ସ ମଧ୍ୟରେ ହେବ ମ୍ୟାଚ । ଏଥିପାଇଁ ଷ୍ଟାଡିୟମରେ ପିଚ୍ ଆଉଟଫିଲ୍ଡଠାରୁ ଗ୍ୟାଲେରୀ, ଲାଇଟ୍, ପ୍ରେସବକ୍ସ, କ୍ଲବ ହାଉସର ସମୂର୍ଣ୍ଣ ରୂପେ ପ୍ରସ୍ତତି ସରିଛି । ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ୪୦ ସେକ୍ସନ ଫୋର୍ସ ମୁତୟନ ରହିବେ । ଅତିରିକ୍ତ ଡିସିପି, ଏସ୍ପିଙ୍କ ରାଙ୍କର ପୋଲିସ ଅଧିକାରୀ ମଧ୍ୟ ସୁରକ୍ଷା ପାଇଁ ମୁତୟନ ହେବେ । ଖବର ଓଡ଼ିଶା, Reporter, 26/09/2022