୨୦୧୪ ମସିହାରେ ଆରମ୍ଭ ହୋଇଥିଲା ପ୍ରୋ କବାଡି ଲିଗ। ପ୍ରାରମ୍ଭିକ କିଛି ସିଜିନରେ ଆଠୋଟି ଦଳ ଥିବା ବେଳେ ଏବେ ଫ୍ରାଞ୍ଚାଇଜ ସଂଖ୍ୟା ୧୨ରେ ପହଂଚିଛି। ସୀମିତ ସମ୍ବଳରେ ଆରମ୍ଭ ହୋଇଥିବା ଏହି ଲିଗର ଏବେ କିନ୍ତୁ ଭାରି କ୍ରେଜ। ପୂର୍ବରୁ ଖେଳାଳି ହଜାର ଆଉ ଲକ୍ଷରେ ନିଲାମ ହେଉଥିବା ବେଳେ ଏବେ କିନ୍ତୁ କିଛି ଖେଳାଳିଙ୍କ ପ୍ରାଇସ କୋଟି ଛୁଉଁଚି। ଏହି ଲିଗ ଭାରତୀୟ କବାଡିକୁ ଅନେକ ଭେଟି ଦେବାରେ ସହାୟକ ହେଉଛି। ଏହି ଲିଗ ଡୁବକି କିଙ୍ଗ ପ୍ରଦୀପ ନରୱାଲ, ରାହୁଲ ଚୌଧୁରୀ, ପୱନ ସେରାୱତ, ନବୀନ କୁମାରଙ୍କ ଠାରୁ ଆରମ୍ଭ କରି ମୋହିତ ଚିଲର, ଗିରିଶ ଏରନାକଙ୍କ ପରି କବାଡି ଖେଳାଳି ସୃଷ୍ଟି କରିଛି।
ତେବେ କବାଡି ଲିଗର ସବୁଠାରୁ ଶ୍ରେଷ୍ଠ ଦଳ ଭାବେ ଉଭା ହୋଇଛି ପାଟନା ପାଇରଟ୍ସ । ବର୍ତମାନ ସୁଦ୍ଧା ଦଳ ତିନୋଟି ଟାଇଟେଲ ଜିତିଥିବା ବେଳେ ଥରେ ଫାଇନାଲରେ ପରାସ୍ତ ହୋଇଛି। ସେହିପରି ଜୟପୁର ପିଙ୍କ ପାନ୍ଥରସ ଦଳ ମଧ୍ୟ ଦୁଇଟି ଟାଇଟେଲ ହାତେଇଛି । ସଫଳ ରେଡର ଭାବେ ଏବେ ଶୀର୍ଷରେ ଅଛନ୍ତି ଡୁବକି କିଙ୍ଗ ପ୍ରଦୀପ ନରୱାଲ। ବେଙ୍ଗାଲୁରୁ ବୁଲସ, ପାଟନା ପାଇରଟ୍ସ, ୟୁପି ଯୋଦ୍ଧାସ ଆଦି ଦଳ ତରଫରୁ ଏହି ଟୁର୍ନାମେଣ୍ଟ ଖେଳିଥିବା ପ୍ରଦୀପ ବର୍ତମାନ ସୁଦ୍ଧା ପାଖାପାଖି ୧୭୦୦ ରେଡ ପଏଣ୍ଟ ହାସଲ କରିଛନ୍ତି।
ଅନ୍ୟପଟେ ସଫଳ ଡ଼ିଫେଣ୍ଡର ହେଉଛନ୍ତି ଇରାନର ଫଜଲ ଅତ୍ରାଚଳି ବର୍ତମାନ ସୁଦ୍ଧା ୫୦୦ ଟ୍ୟାକେଲ ପଏଣ୍ଟ ପାଇଛନ୍ତି। ଏହି କବାଡି ପରୋ ଲିଗ ଦ୍ୱାରା ଉପକୃତ ହେଉଛନ୍ତି ଅନେକ ଯୁବ କ୍ରୀଡ଼ାବିତ। ଏହା ସହ ସିଜିନ ଯେତେ ଯେତେ ଆଗଉଥିବା ଦେଖିବାକୁ ମିଳୁଛି ନୂଆ ନୂଆ ଟ୍ୟାଲେଣ୍ଟ ମଧ୍ୟ ସେତିକି ଦେଖିବାକୁ ମିଳୁଛନ୍ତି। ତେବେ ଚଳିତ ବର୍ଷ କବାଡି ଲିଗ ଜାରି ରହିଥିବା ବେଳେ କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା।