ଭାରତୀୟ ଦଳର ଦ୍ରୁତ ବୋଲର ଚେତନ ସାକାରିଆ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଭାରତର ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଚେତନ ଦୀର୍ଘ ଦିନର ପ୍ରେମିକ ମେଘନା ଜାମ୍ବୁଚାଙ୍କୁ ବିବାହ କରିଥିଲେ।
ଗତ ବର୍ଷ ଡିସେମ୍ବରରେ ଭାରତୀୟ ପେସର ଚେତନ ସାକାରିଆ ମେଘନାଙ୍କ ସହ ନିର୍ବନ୍ଧ କରିଥିଲେ ଏବଂ ବର୍ତ୍ତମାନ ମେଘନାଙ୍କୁ ବିବାହ କରିଛନ୍ତି। ସାଥୀ ଖେଳାଳି ଜୟଦେବ ଉନାଦକଟ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜୟଦେବ ଉନାଦକଟ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ପ୍ରିୟ ଚେତନ, ତୁମର କ୍ୟାରିୟର ଆରମ୍ଭରୁ ମୁଁ ତୁମକୁ ବୋଲିଂ କରୁଥିବା ଏବଂ ମ୍ୟାଚ୍ ଜିତାଇଥିବାର ଦେଖିଛି, କିନ୍ତୁ ନିଶ୍ଚିତ ଭାବେ ଏହି ବିବାହ ତୁମର ଜୀବନର ଦୀର୍ଘତମ ଏବଂ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ।
ତେବେ ଚେତନ ସାକରିଆଙ୍କ ୨୦୨୧ ମସିହାରେ ତାଙ୍କର ଆଇପିଏଲ କ୍ୟାରିଅର ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୋଟ ୧୯ ଟି ମ୍ୟାଚ ଖେଳି ୨୦ ଟି ୱିକେଟ୍ ନେଇଛନ୍ତି। ତେବେ ଚେତନ ୨୦୨୧ ଆଇପିଏଲରେ ୧୪ ଟି ୱିକେଟ୍ ନେଇଥିଲେ । ଚେତନ ସାକରିଆ ଭାରତ ପାଇଁ ମୋଟ ୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ମାତ୍ର ଗୋଟିଏ ୱିକେଟ୍ ନେଇଥିବାବେଳେ ଦିନିକିଆରେ ସେ ଗୋଟିଏ ମ୍ୟାଚ୍ ଖେଳି ଦୁଇଟି ୱିକେଟ୍ ହାସଲ କରିଛନ୍ତି।