ବାପା ହେଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା
Khabar Odisha:Indian-all-rounder-Hardik-Pandya-becomes-father-of-baby-boy
ନୂଆଦିଲ୍ଲୀ, ଜୁଲାଇ ୩୦ (ଖବର ଓଡ଼ିଶା):

ବାପା ହେଲେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ସୂଚନା ମିଳିଛି । ଏନେଇ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ । ସେ ଟ୍ୱିଟ କରି ଲେଖିଛନ୍ତି, ” ଶିଶୁପୁତ୍ର ସହିତ ଆମେ ଆଶୀର୍ବାଦ ପ୍ରାପ୍ତ ହେଲୁ । ” ଭଦୋଦରାରେ ନତାସା ଶିଶୁ ପୁତ୍ର ଜନ୍ନ ଦେଇଛନ୍ତି । ପୂର୍ବରୁ ସେମାନଙ୍କ ପରିବାରକୁ ଏକ ନୂଆ ସଦସ୍ୟ ଆସୁଥିବା କଥା ମେ ମାସରେ ହାର୍ଦ୍ଦିକ ଘୋଷଣା କରିଥିଲେ । ସେମାନେ ଏବେ ଜୀବନର ଆଉ ଏକ ନୂଆ ସୋପାନରେ ପହଞ୍ଚିଥିବାରୁ ଉଭୟେ ବେଶ୍ ଖୁସି ବୋଲି ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ହାର୍ଦ୍ଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରେ ପରେ ଅନେକ କ୍ରିକେଟରମାନେ ଓ ଭାରତୀୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପାଣ୍ଡ୍ୟା ଜାନୁଆରୀ ୧ରେ ଅଭିନେତ୍ରୀଙ୍କ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ । ଏହାପରେ ସେ ଲକଡାଉନରେ ଫ୍ୟାନଙ୍କୁ ନତାଶା ଗର୍ଭବତୀ ଥିବା ଖବର ଦେଇଥିଲେ । ଏବେ ଉଭୟଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି ।

  • Tags:

Subscribe

National International State Sports Entertainment